ଗୃହ ରାଷ୍ଟ୍ରମନ୍ତ୍ରୀ ଙ୍କ ଦ୍ବାରା କୁଞ ଠାରେ ନବନିର୍ମିତ ଓଡିଶା ଆର୍ଦଶ ବିଦ୍ୟାଳୟ ଉଦଘାଟିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଥାନା ଅଧିନସ୍ଥ କୁରୁଜଙ୍ଗ ଗ୍ରାମ ପଞ୍ଚାୟତର କୁଞ ଗ୍ରାମ ଠାରେ ନିମାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନବନିର୍ମିତ ଓଡିଶା ଆର୍ଦଶ ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ରବିବାର ଅପରାହ୍ନ ସମୟରେ ଉଦଘାଟିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ଓ ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା କ୍ଷେତ୍ରରେ ଅଭିବୃଦ୍ଧି ନିମନ୍ତେ କୋଣାର୍କ ଥାନା ଅଧିନସ୍ଥ କୁରୁଜଙ୍ଗ ଗ୍ରାମର କୁଞ ଗ୍ରାମ ଠାରେ ପ୍ରାୟ ୩କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଓଡିଶା ଆର୍ଦଶ ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହକୁ କାକଟପୁର ବିଧାୟକ ତଥା କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ଏହି ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ଉଦଘାଟିତ ହେବା ଦ୍ଵାରା ଅସ୍ଥାୟୀ ଭାବେ କାକଟପୁର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଚାଲିଥିବା ଓଡିଶା ଆର୍ଦଶ ବିଦ୍ୟାଳୟ ଆନୁଷ୍ଠାନିକ ଭାବେ କୁଞ ଠାରେ ନିର୍ମିତ ନିଜସ୍ବ ଗୃହରେ ଚାଲିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ଏହା ଦ୍ବାରା ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ଓ ଛାତ୍ର ଛାତ୍ରୀ ମାନଙ୍କ ଉତ୍ତମ ଚରିତ୍ର ଗଠନ ଦିଗରେ ବିଶେଷ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଉଦଘାଟନୀ ସମାରୋହରେ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ନିମାପଡ଼ା ଗ୍ରାମ୍ୟ ନିର୍ମାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ ସତ୍ଯଜିତ ଦଳାଇ, କୁରୁଜଙ୍ଗ ସରପଞ୍ଚ ରୂପାଲି କାଣ୍ଡି, ପୂର୍ବତନ ସରପଂଚ ପ୍ରଫୁଲ୍ଲ କୁମାର ମହାପାତ୍ର, ଶରତଚନ୍ଦ୍ର ମାହାରୀ, କୁରୁଜଙ୍ଗ ମହିଳା ମହାସଂଘର ସଭାନେତ୍ରୀ ଝରଣା ପରିଡା ଓ ଯୁବନେତା ରଶ୍ମିରଞ୍ଜନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଉଦଘାଟନୀ ସମାରୋହରେ ୩୦୦ରୁ ଉର୍ଦ୍ଧ୍ବ ମହିଳା, ଆଦର୍ଶ ବିଦ୍ୟାଳୟର ଶିକ୍ଷକ, ଯୁବ ସଂଗଠକ ଓ ସ୍ଥାନୀୟ ଅଂଚଳର ଜନସାଧାରଣ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ