ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କରିଲେ ବଜରଙ୍ଗ ଦଳ…

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ ବ୍ଲକ ସାଦରସ୍ତ ହାଟପଦା ଠାରେ ବସବାସ କରୁଥିବା ବୃଦ୍ଧ ଦମ୍ପତିଙ୍କ ମଧ୍ୟରୁ କୌଣସି କାରଣ ବଶତଃ ବୃଦ୍ଧା ଜଣଙ୍କର ଦେହାନ୍ତ ହୋଇଯାଇଥିଲା, ଖବର ପାଇ ରାୟଗଡ଼ ବଜରଙ୍ଗ ଦଳ ସେଠାରେ ପହଞ୍ଚି ସେଠାକାର ବିଷୟ ବୁଝିବା ସହ ଦମ୍ପତିଙ୍କ ପୁଅ, ଝିଅ ଓ ଆତ୍ମୀୟ ସୌଜନଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ପୁଅ ଚେନ୍ନାଇ ଠାରେ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ସେ ଏଠାକୁ ଆସବା ପାଇଁ ଗୋଟିଏ ଦିନ ଡେରି ହେବ। ଏହି କଥାକୁ ନେଇ ଶେଷରେ ନିକଟତର ବନ୍ଧୁ ବର୍ଗଙ୍କୁ ସହଯୋଗ ମାଗି ବିଫଳ ହୋଇଥିଲେ । ପରିଶେଷରେ ରାୟଗଡ଼ ବଜରଙ୍ଗ ଦଳ ର କର୍ମୀ ମାନେ ନିଜ ପ୍ରଚେଷ୍ଟାରେ ଶବ ସତ୍କାର କରିଥିଲେ । ମୃତକଙ୍କ ସ୍ବାମୀ ବିକ୍ରମ ପାଇକ ଜଣେ ରେଭିନ୍ୟୁ ବିଭାଗର ଜଣେ ରାତ୍ରୀ ଜଗୁଆଳୀ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ଅବସର ପରେ ସେ ନିଜ ଗାଁ ସେରଙ୍ଗ କୁ ନ ଯାଇ ରାୟଗଡ ହାଟପଦା ସ୍ଥିତ ଲ୍ୟାମ୍ପ କାର୍ଯ୍ୟାଳୟ ପରିସରରେ ଥିବା ଏକ ଘରେ ସ୍ବାମୀ ସ୍ତ୍ରୀ ମିଶି ରହି ଆସୁଥିଲେ। କିଛି ମାସ ହେବ ବୃଦ୍ଧା ଙ୍କ ସ୍ଵାସ୍ଥ୍ୟ ଖରାପ ଥିଲା। ଆଜି ବୃଦ୍ଧା ଙ୍କ ମୃତ୍ୟୁ ହୋଇଯାଇଥିଲା। ଅସହାୟ ଅବସ୍ଥାରେ ରହି ଥିବା ବୃଦ୍ଧାଙ୍କ ମୃତ୍ୟୁ ଖବର ପାଇ ଗ୍ରାମର ବଜରଙ୍ଗ ଦଳର ବହୁ ଯୁବକ ମାନେ ସହଯୋଗ କରିଥିଲେ ଓ ଧର୍ମୀୟ ରୀତିନୀତି ଅନୁସାରେ ବୃଦ୍ଧାଙ୍କ ଶେଷକୃତ୍ୟ ସଂପନ୍ନ କରିଥିବା ଦେଖିବକୁ ମିଳିଛି। ଏହିପରି କାର୍ଯ୍ୟ ପାଇଁ ମୃତକ ମାଁ ଙ୍କ ଅମର ଆତ୍ମାର ସଦ୍ ଗତି କାମନା ସହ ବଜରଙ୍ଗ ଭାଇ ମାନଙ୍କ ର ଏହି ସାହାଯ୍ୟ ମନୋଭାବକୁ ସାଧାରଣ ଲୋକେ ଓ ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ