ବାଲେଶ୍ୱରରେ ପ୍ରଭୁଯୀଶୁଙ୍କର ବଳିଦାନର ପର୍ବ ଶୁଭ ଶକ୍ରବାର

ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରଭୁ ଯୀଶୁଙ୍କ ବଳିଦାନର ଦିବସ ଭାବେ ସମଗ୍ର ବିଶ୍ୱରେ ପବିତ୍ର ଶୁକ୍ରବାର ପାଳିତ ହୋଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ପରିଲକ୍ଷିତ ହୋଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଶ୍ରୀକଣ୍ଠପୁର କ୍ୟାଥୋଲିକ ପଡ଼ା ଷ୍ଟାରକ୍ଲବ ନିକଟରୁ ପ୍ରଭୁଙ୍କର କ୍ରୁଶଯାତ୍ରା ବା ଯାତନାର ଯାତ୍ରା ଆରମ୍ଭ ହୋଇଥିଲା । ଏହି ଯାତ୍ରା ସହର ପରିକ୍ରମା ସହ ସ୍ଥାନୀୟ ଚର୍ଚ୍ଚରେ ପହଞ୍ଚିଥିଲା । ମୌଳବାଦୀଙ୍କ ଦ୍ୱାରା ପ୍ରଭୁ ଯୀଶୁଙ୍କୁ ଦିଆଯାଇଥିବା ନିର୍ଯାତନାର ୧୪ ଗୋଟି ସ୍ୱରୂପ ରାସ୍ତାପାଶ୍ୱର୍ରେ ସ୍ଥାପିତ ହୋଇଥିଲା । ଏହି ଶୋଭାଯାତ୍ରା ପ୍ରତିଟି ସ୍ୱରୂପ ନିକଟରେ ଅଟକିବା ସହ ପ୍ରଭୁଯୀଶୁଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରାଯାଇଥିଲା । ଏହି ଯାତ୍ରା ଚର୍ଚ୍ଚରେ ପହଞ୍ଚିବା ପରେ ସେଠାରେ ସାମୂହିକ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ବାଲେଶ୍ୱର ଡାଇଓସିସ୍‌ର ମୁଖ୍ୟ ପ୍ରଶାସକ ଫାଦର ଆଇଜାକ ପୁତନାଙ୍ଗଡି ଏଥିରେ ଯୋଗଦେଇ ମାନବ ସମାଜର ଉଦ୍ଧାର ପାଇଁ ପ୍ରଭୁ ଯୀଶୁ ଯାତନା ସହିବାକୁ ପଛାଇ ନଥିଲେ ବୋଲି କହିଥିଲେ । ପ୍ରଭୁଯୀଶୁଙ୍କ ଯାତନାର ଦିବସକୁ ସମଗ୍ର ବିଶ୍ୱରେ ପୁଣ୍ୟ ଶୁକ୍ରବାର ଭାବେ ପାଳିତ ହୋଇଆସୁଛି ବୋଲି ବାଲେଶ୍ୱର ଧର୍ମମଣ୍ଡଳୀ ପରିଚାଳକ ଫାଦର ସାଜି ଯୋଶେଫ ପ୍ରକାଶ କରିଥିଲେ । ଫାଦର ଲିଜୋ, ଫାଦର ଜର୍ଜ ପ୍ରମୁଖ କ୍ୟାଥୋଲିକ ଚର୍ଚ୍ଚର ଫାଦର, ସିଷ୍ଟର ଓ ଧର୍ମମଣ୍ଡଳର ଯୁବଗୋଷ୍ଠୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଶ୍ରୀକଣ୍ଠପୁରର ଯୁବକ ଯୁବତୀମାନେ ଏହି ପୁଣ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ