ଶ୍ରୀରାମ ଚେତନା ଜାଗରଣ ସଂଘ ପକ୍ଷରୁ ଭଜନ ସଂଧ୍ୟା

ବାଲେଶ୍ୱର, (ସରୋଜ ପଣ୍ଡା):ଶ୍ରୀରାମ ଚେତନା ଜାଗରଣ ସଂଘ ପକ୍ଷରୁ ସହଦେବଖୁଣ୍ଟା ଫିରିଙ୍ଗିପାଟଣା ସ୍ଥିତ ବ୍ରଜେଶ୍ୱର ମନ୍ଦିର ପ୍ରାଙ୍ଗଣରେ ରାମନବମୀ ଉପଲକ୍ଷେ ଏକ ଭଜନସନ୍ଧ୍ୟା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଭଜନସନ୍ଧ୍ୟା କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବାଲେଶ୍ୱରର ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ମୁଖ୍ୟବକ୍ତା ଭାବେ ‘ସମାଜ’ ଉତ୍ତର ଓଡ଼ିଶା ମୁଖ୍ୟ ମଧୁସୂଦନ ଦାସ, ସମ୍ମାନିତ ଅତିଥି ଭାବେ ଶ୍ରୀରାମ ଚେତନା ଜାଗରଣ ସଂଘର ସଭାପତି ଚିତ୍ତରଞ୍ଜନ ପଣ୍ଡା, ଯୁବନେତା ମାନସ କୁମାର ଦତ୍ତ ଓ ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଯୋଗ ଦେଇଥିଲେ । ଉକ୍ତ ସଭାକାର୍ଯ୍ୟକୁ ବାଲେଶ୍ୱର ଓକିଲ ସଂଘର ସଭାପତି ମନୋଜ କୁମାର ନାୟକ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମନୋଜ ପୋଦ୍ଦାର, ସିମନ ଦାସ ମହାପାତ୍ର, ‘ଗୋପବନ୍ଧୁ ସୁଖଦୁଃଖର ସାଥୀ’ ସଂସ୍ଥା, ସମାଜସେବୀ ଗୌରାଙ୍ଗ ପାଣିଗ୍ରାହୀ ଏବଂ କୁନିପ୍ରତିଭା ଅମ୍ଳାନ ଦେ’ଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ।ଏହି ଭଜନସନ୍ଧ୍ୟା କାର୍ଯ୍ୟକ୍ରମରେ ସୁନାମଧନ୍ୟ କଣ୍ଠଶିଳ୍ପୀ ପ୍ରଭୁପଦ ମହାନ୍ତି, ରବୀନ୍ଦ୍ର ମହାପାତ୍ର ଓ ସ୍ୱାଗତିକା ପତି ପ୍ରମୁଖ ଭଜନ ପରିବେଷଣ କରି ଏକ ଆଧ୍ୟାମିôକ ପରିବେଶ ସୃଷ୍ଟି କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀ ବହୁସଂଖ୍ୟାରେ ଯୋଗଦେଇ ମନଭରି ଉପଭୋଗ କରିବା ସହ ଅନୁଷ୍ଠାନର ଏହି ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ