ବିଜେପି ଓବିସି ମୋର୍ଚ୍ଚା ତରଫରୁ ଗଞ୍ଜାମ ବ୍ଳକରେ ଘରଘର କାର୍ଯ୍ୟକ୍ରମ

ଗଞ୍ଜାମ, (ବିନୋଦ ପଲାଇ):ଭାରତୀୟ ଜନତା ପାର୍ଟି ପକ୍ଷରୁ ସାରା ରାଜ୍ୟରେ ସେବା ସପ୍ତାହ ପାଳନ ଅବସରରେ ଘର ଘର କାର୍ଯ୍ୟକ୍ରମ ଗଞ୍ଜାମ ବ୍ଲକରେ ଅନୁଷ୍ଠିତ ହୋଇଯାଇଛି।ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ସନ୍ତୋଷ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଓବିସି ମୋର୍ଚ୍ଚ ରାଜ୍ୟ ସଭାପତି ସୁରଥ ବିଶ୍ୱାଳ,ରାଜ୍ୟ ଉପସଭାପତି ପ୍ରଶାନ୍ତ ନାୟକ, ରାଜ୍ୟ ଅନୁସୂଚିତଜାତି ମୋର୍ଚ୍ଚା ସମ୍ପାଦକ କୀର୍ତ୍ତନ ଦାସ , ରାଜ୍ୟ ଏସି ମୋର୍ଚ୍ଚା ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କର ଯୋଗଦେଇ କେନ୍ଦ୍ର ସରକାରଙ୍କ ଜନମୁଖୀ କଲ୍ୟାଣ ଯୋଜନା ,ଓଡ଼ିଶାରେ ଓବିସି ମାନଙ୍କ ପାଇଁ ସଂରକ୍ଷଣ ଲାଗୁକରିବା ନେଇଁ ଘର ଘର ବୁଲିବା ସହ ପ୍ରଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ବୁଝାଇଥିଲେ । ହୁମ୍ମା ପଞ୍ଚାୟତ ସମିତିସଭ୍ୟ ଧ୍ରୁବ ପଲେଇ, ମସ୍ୟଯିବି ନେତା ଭୀମସେନ ବେହେରା, ବିଜେପି ଜିଲ୍ଲା ଉପ ସଭାପତି ରଶ୍ମିରାଣୀ ମହାପାତ୍ର, ଲକ୍ଷ୍ମୀ ପଣ୍ଡା, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ମଦନ ମୋହନ ପାତ୍ର , ଛତ୍ରପୁର ଏନଏସି ଅଧ୍ୟକ୍ଷଙ୍କ ପ୍ରତିନିଧି ଶେଖର ରେଡ୍ଡୀ,।ରାଜ୍ୟ ସୋସିଆଲ ମିଡିଆ ସଂଯୋଜକ ତ୍ରିଦେବ ରେଡ୍ଡୀ,ବିଜେପି ନେତା ସୁମନ୍ତ ଦାସ, ଟୁକୁନା ସାହୁ, ନିରଞ୍ଜନ ନାୟକ, ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ହୁମ୍ମା ,ମଲାଡ଼, ଖଣ୍ଡଦେଉଳି, ପୋଇରାଶି ପଞ୍ଚାୟତ ର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ