ଗଞ୍ଜାମ ତହସିଲ ପକ୍ଷରୁ ୨୮୫ଟି ଗ୍ରାମକଣ୍ଟକ ପଟ୍ଟା ବଣ୍ଟନ

ଗଞ୍ଜାମ, (ବିନୋଦ ପଲାଇ):ରାଜ୍ୟ ସରକାରଙ୍କ ତରଫରୁ ଗ୍ରାମକଣ୍ଟ ପଟ୍ଟା ବଣ୍ଟନ ଅଭିଯାନ ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ତହସିଲ ପକ୍ଷରୁ ଗ୍ରାମକଣ୍ଟ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ସହରର ଐତିହାସିକ ପୋତାଗଡ ପରିସରରେ ଏବଂ ତହସିଲଦାର ଅରୁଣ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଗ୍ରାମକଣ୍ଠ ପଟାବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ମୂଖ୍ୟଅତିଥି ରୂପେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ସମ୍ମାନିୟ ଅତିଥି  ରୂପେ ଛତ୍ରପୁର ବିଧାୟକ ସୁବାଶ ଚନ୍ଦ୍ର ବେହେରା, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ ପାତ୍ର,ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଗଞ୍ଜାମ ଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର ବାରିକି, ଗଞ୍ଜାମ ବ୍ଲକ ବିଡ଼ିଓ ଜସ୍ମିନ ପ୍ରଧାନ ମଞ୍ଚାସିନ ଥିଲେ l ଏହି ଅବସରରେ ଗଞ୍ଜାମ ବ୍ଲକ ଓ ଗଞ୍ଜାମ ଏନଏସି ର ୨୮୫ ଜଣ ହିତାଧିକାରୀଙ୍କୁ ଗ୍ରାମକଣ୍ଟ ପଟ୍ଟା ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ପରିଚଳନାରେ ସହଯୋଗ କରିଥିଲେ ଗଞ୍ଜାମ ଆରଆଈ ଏନ. ରବୀପ୍ରଧାନ, ଙ୍କ ସମେତ  ତହସିଲକାର୍ଯ୍ୟଳୟର ସମସ୍ତ କର୍ମଚାରି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ