ବେଲଗୁଣ୍ଠା- ସୁତୁମୁସର ରାସ୍ତାରେ ଜବରଦଖଲ ଉଚ୍ଛେଦ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ଠାରୁ ସୁତୁମୁସର ରାସ୍ତା ଏବଂ ବେଲଗୁଣ୍ଠା ଲକ୍ଷ୍ମୀ ନୃସିଂହ କଲ୍ୟାଣ ମଣ୍ଡପ ସମ୍ମୁଖରେ ବହୁ ଦୋକାନ ଘର ସରକାରୀ ଜମି ଉପରେ ଜବରଦଖଲ କରି ରହିଥିବାରୁ ଆଜି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ଗୃହ ଗୁଡ଼ିକୁ ଜବରଦଖଲ ଉଚ୍ଛେଦ କରାଯାଇଛି I ଏନେଇ ଜବରଦଖଲକାରୀଙ୍କୁ ପୂର୍ବରୁ ସୂଚନା ଦିଆ ଯାଇଥିବା ବେଳେ ଆଜି ସକାଳ ସାତ ଘଣ୍ଟରୁ ଦୁଇଟି ଜେସିବି ସାହାଯ୍ୟରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା I ଜବରଦଖଲ ଉଚ୍ଛେଦ ସମୟରେ ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ସ୍ଥାନୀୟ ତହସିଲଦାର ମନୋଜ ପ୍ରଭାକର କୂଜୁରୁ, ଏନ୍ଏସି କାର୍ଯ୍ୟ ନୀର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର,ସ୍ଥାନୀୟ ରାଜସ୍ୱ ନୀରିକ୍ଷକ ଗୌରୀ ଶଙ୍କର ସ୍ୱାଇଁଙ୍କ ସମେତ ତହସିଲ୍ କାର୍ଯ୍ୟାଳୟ ଏବଂ ଏନ୍ଏସି କାର୍ଯ୍ୟାଳୟର ବହୁ କର୍ମଚାରୀ ଉପସ୍ଥିତ ରହି ଜବରଦଖଲ ଉଚ୍ଛେଦ କାର୍ଯ୍ୟର ତଦାରଖ କରିଥିଲେ I କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଘଟଣା ସ୍ଥଳରେ ପୋଲିସ୍ ବାହିନୀ ମଧ୍ୟ ମୁତୟନ ଥିଲେ I ବେଆଇନ ଜବରଦଖଲରେ ସରକାରୀ ସ୍ଥାନ ମାଡ଼ି ବସିଥିବା ବେଲଗୁଣ୍ଠା-ସୁତୁମୁସର ରାସ୍ତାରେ ପନ୍ଦରରୁ ଊର୍ଦ୍ଧ୍ୱ ଦୋକାନ ଗୃହ ଏବଂ କଲ୍ୟାଣ ମଣ୍ଡପ ସମ୍ମୁଖରେ ଥିବା ଦଶରୁ ଊର୍ଦ୍ଧ୍ୱ ଦୋକାନ ଗୃହକୁ ଆଜି ଜବରଦଖଲ ଉଚ୍ଛେଦ କରାଯାଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ