ଭରତପୁର ମା’ ଲକ୍ଷ୍ମୀ ଯାତ୍ରା କମିଟି ପକ୍ଷରୁ ମୁଖ୍ୟଉପଦେଷ୍ଟା ସୁନାକର ରାଉତଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ମା’ ଲକ୍ଷ୍ମୀ ଯାତ୍ରା କମିଟିର ୫୦ବର୍ଷ ପୂର୍ତ୍ତି ଅବସରରେ କମିଟିର ମୁଖ୍ୟ ଉପଦେଷ୍ଟା ସୁନାକର ରାଉତଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି । ଦୀର୍ଘ ୫୦ବର୍ଷ ଧରି ଶ୍ରୀ ରାଉତ ଭରତପୁର ପେଣ୍ଡାଲକୁ ବିଭିନ୍ନ ଯାତ୍ରାପାର୍ଟିଙ୍କୁ ଆଣି କଳା ପ୍ରଦର୍ଶନ କରାଇବା ସହିତ ଆମର କଳା ଓ ସଂସ୍କୃତିକୁ ଉଦଯିବିତ କରି ରଖିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛନ୍ତି । ସେଥିପାଇଁ ମା’ ଲକ୍ଷ୍ମୀ ଯାତ୍ରା କମିଟି ପକ୍ଷରୁ ଭରତପୁର ଫୋରପୋଲ ଛକର ଶିବାନୀ ଗଣନାଟ୍ୟ ପେଣ୍ଡାଲ ଉପରେ କମିଟିର ମୁଖ୍ୟ ଉପଦେଷ୍ଟା ଶ୍ରୀ ରାଉତଙ୍କୁ ତାଙ୍କର ଅବଦାନ ନିମନ୍ତେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କମିଟି ପକ୍ଷରୁ ଶାରଦା ପ୍ରସନ୍ନ ରାଉତ, ଶିବ ପ୍ରସାଦ ଦାସ, ଶକ୍ତି ପ୍ରସାଦ ମହାନ୍ତି, ବିମଳାକାନ୍ତ ଚୈାଧୁରୀ, ଅରବିନ୍ଦ ମହାନ୍ତି, ହେମନ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ