ବାଲେଶ୍ୱରରେ ରିଜିଓନାଲ ଜୁର୍ଡ଼ିସିଆଲ ଏକାଡେମୀ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ସହହର ଷ୍ଟେସନ ଛକଠାରେ ‘ରିଜିଓନାଲ ଜୁର୍ଡ଼ିସିଆଲ ଏକାଡେମୀ’ (ଆଞ୍ଚଳିକ ନ୍ୟାୟିକ ବିଦ୍ୟାପୀଠ) ଶନିବାର ଉଦଘାଟିତ ହୋଇଯାଇଛି । ବାଲେଶ୍ୱର ସମେତ ଓଡ଼ିଶାର ୫ ଗୋଟି ଜିଲାର ଜୁର୍ଡ଼ିସିଆଲ ଏକାଡେମୀକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବିଚାରପତି ସୂର୍ଯ୍ୟ କାନ୍ତ ଭର୍ଚୁଆଲ ମୋଡ଼ରେ ଉଦଘାଟନ କରିଥିଲେ । ନ୍ୟାୟିକ ବ୍ୟବସ୍ଥା ପରିଚାଳନାରେ ସମ୍ପୃକ୍ତ ବର୍ଗଙ୍କୁ ଉଚିତ ପ୍ରଶିକ୍ଷଣ ପ୍ରଦାନରେ ଏହି ଏକାଡେମୀ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ରାଜ୍ୟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ ମୁରଲୀଧରନ ଆଭାସି ମୋଡ଼ରେ ଉଦଘାଟନୀ ଉତ୍ସବରେ ଯୋଡ଼ିହେବା ସହ ଓଡ଼ିଶାର ୫ ଗୋଟି ଜିଲାର ଉଦଘାଟିତ ଏହି ଜୁର୍ଡ଼ିସିଆଲ ଏକାଡେମୀ ବିଚାର ବିଭାଗୀୟ ଅଧିକାରୀ, କର୍ମଚାରୀଙ୍କଠାରୁ ଆରମ୍ଭ କରି ଓକିଲ ପର୍ଯ୍ୟନ୍ତ ସମସ୍ତଙ୍କ ଦକ୍ଷତା ବିକାଶରେ ସହାୟକ ହେବ ବୋଲି ମତ ଦେଇଥିଲେ । ହାଇକୋର୍ଟର ଅନ୍ୟାନ୍ୟ ବିଚାରପତିମାନେ ଏଥିରେ ଉପସ୍ଥିତ ଥିଲେ । ହାଇକୋର୍ଟ ବିଚାରପତି ତଥା ଜିଲା ପ୍ରଶାସନିକ ବିଚାରପତି ବିଭୂପ୍ରସାଦ ରାଉତରାୟ ବାଲେଶ୍ୱରରେ ଉପସ୍ଥିତ ରହି ରଜିଓନାଲ ଜୁର୍ଡ଼ିସିଆଲ ଏକାଡେମୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ତାଙ୍କ ସହ ଜିଲା ଓ ଦୌରାଜଜ ଅଶାନ୍ତ କୁମାର ଦାସ, ବାଲେଶ୍ୱର ଏସପି ସାଗରିକା ନାଥ, ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ଓପିଆଇଡି ଜଜ ବିଶ୍ୱଜିତ ଦାସ, ଅତିରିକ୍ତ ଜିଲା ଓ ଦୌରାଜଜ (ପୋକ୍ସୋ) ରଂଜନ କୁମାର ସୂତାର, ସ୍ପେଶାଲ ଭିଜିଲାନ୍ସ ଜଜ ଶୀଖାରାଣୀ ରଥ, ପରିବାର ଅଦାଲତ ଜଜ ପ୍ରଶାନ୍ତ କୁମାର ନାୟକ, ଏଡିଜେ-୧ ଜଜ ସଂଜୀବ କୁମାର ନାୟକ, ଏଡିଜେ-୩ ଜଜ ବିବାଶତ ଗୌତମ, ଏସସି/ଏସଟି କୋର୍ଟ ଜଜ ଲିର୍ଲିପ୍ତା ପଶାୟତ, ଜିଲା ଆଇନସେବା ପ୍ରଧିକରଣ ସଚିବ ରଂଜନ କୁମାର ପ୍ରଧାନ, କୋର୍ଟ ମ୍ୟାନେଜର ପ୍ରିୟଙ୍କା ମିଶ୍ର, ବାର ଆସୋସିଏସନ ସଭାପତି ମନୋଜ କୁମାର ନାୟକ ଓ ସମ୍ପାଦକ ଦୀପକ କୁମାର ଦାଶଙ୍କ ସମେତ ଜିଲା ବିଚାର ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ ଓକିଲମାନେ ଏଥିିରେ ଉପସ୍ଥିତ ଥିଲେ । ଜିଲା ଆଇନସେବା ପ୍ରଧିକରଣ ମୁଖ୍ୟ ପ୍ରିୟରଂଜନ ଓଝା ଏହି ରିଜିଓନାଲ ଏକାଡେମୀର ଉପ-ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟତ୍ୱ ଗ୍ରହଣ କରିଛନ୍ତି । ବିଚାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବିଚାର ବିଭାଗୀୟ ଅଧିକାରୀ, କର୍ମଚାରୀ ଓ ଆଇନଜୀବୀଙ୍କ ଦକ୍ଷତା ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଜୁର୍ଡ଼ିସିଆଲ ଏକାଡେମୀ ପ୍ରତିଷ୍ଠା କରାଯାଇଛି । ପୂର୍ବରୁ କେବଳ କଟକ ହାଇକୋର୍ଟ ନିକଟରେ ଏହି ଏକାଡେମୀ ଥିଲା । ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱର ସମେତ ୫ ଗୋଟି ଜିଲାରେ ଏହା ଉଦଘାଟିତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ