ପରିତ୍ୟକ୍ତ କୂଅରୁ ବାରହା ଛୁଆ ଉଦ୍ଧାର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ବିଞ୍ଚଣା ଗ୍ରାମର ବିଲମାଳ ମଧ୍ୟରେ ଥିବା ଏକ ପରିତ୍ୟକ୍ତ କୂଅରୁ ଏକ ବାରହା ଛୁଆକୁ ଉଦ୍ଧାର କରାଯାଇଥିବା ଗାଙ୍ଗପୁର ବନପାଳ ଜୀବାନନ୍ଦ ତ୍ରିପାଠି ପ୍ରକାଶ କରୁଛନ୍ତି I ସୂଚନା ପ୍ରକାରେ ସବୁଦିନ ଭଳି ଆଜି ସକାଳେ ବିଞ୍ଚଣା ସ୍ଥିତ ମୁକ୍ତି ପ୍ରଶିକ୍ଷଣ ବେଦାନ୍ତ ଆଶ୍ରମ, ମାଆ ସନ୍ତୋଷୀ ପୀଠ ସଦଗୁରୁ ବାବା ହରିଶଙ୍କର ସ୍ୱାମୀ ବୁଲା କୁକୁର ମାନଙ୍କୁ ଖାଇବାକୁ ଦେବାକୁ ଯିବା ସମୟରେ କୁକୁର ଗୁଡ଼ିକ ଅସ୍ୱାଭାବିକ ଭାବେ ଭୂକିବା ସହ ବିଲ ମଝିରେ ଥିବା ଏକ ପରିତ୍ୟକ୍ତ କୂଅ ଆଡ଼େ ଦୌଡ଼ିଥିଲେ I ବାବା ମଧ୍ୟ କୁକୁର ମାନଙ୍କ ପଛେ ପଛେ ଯାଇ କୂଅ ମଧ୍ୟରେ ଏକ ବାରହା ଛୁଆ ପଡିଥିବାର ଦେଖିଥିଲେ I ସେ ସଙ୍ଗେ ସଙ୍ଗେ ବାରହା ଛୁଆଟିକୁ ବଞ୍ଚାଇବା ପାଇଁ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଖବର ଦେଇଥିଲେ I କ୍ରମେ ଏହି ଖବର ବନ ବିଭାଗ ନିକଟରେ ପହଞ୍ଚିଥିଲା I ଗାଙ୍ଗପୁର ବନପାଳ ଜୀବାନନ୍ଦ ତ୍ରିପାଠୀଙ୍କ ନେତୃତ୍ୱରେ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିବା ପରେ ବିଞ୍ଚଣା ଗ୍ରାମବାସୀ ଏବଂ ଗ୍ରାମ୍ୟ ପରିଚାଳନା କମିଟିଙ୍କ ସହାୟତାରେ ନିକଟସ୍ଥ ଏକ ପୋଖରୀରୁ ପମ୍ପ୍ ସାହାଯ୍ୟରେ କୂଅରେ ପାଣି ଭର୍ତ୍ତି କରାଯାଇଥିଲା I କୂଅରେ ପାଣି ଭର୍ତ୍ତି ହେବାପରେ ବାରହା ଛୁଆଟି ଧିରେ ଧିରେ ଉପରକୁ ଉଠିଥିଲା ଏବଂ ବାରହା ଛୁଆଟିକୁ ଉଦ୍ଧାର କରାଯାଇଥିଲା I ବାବା ହରିଶଙ୍କର ସ୍ୱାମୀଙ୍କ ଯୋଗୁଁ ଏକ ବାରହା ଛୁଆ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବାରୁ ବାବାଙ୍କୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ