ନିଧି ଆପକେ ନିକଟ ୨.୦ ‘ ସଚେତନତା ଶିବିର ଅନୁଷ୍ଠିତ
ଯୋଡ଼ା, (ସମୀର କୁମାର ଦାସ):କର୍ମଚାରୀ ମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ନିମନ୍ତେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ( ଜେଏସପି ) ଆନୁକୂଲ୍ୟରେ ଭବିଷ୍ୟନିଧି ସଂଗଠନ ଦ୍ୱାରା ୨୯ ତାରିଖ ସୋମବାର ଦିନ ” ନିଧି ଆପକେ ୨.୦ ” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଚେତନତା କାର୍ଯ୍ୟକ୍ରମଟିକୁ ସଫଳ କରିବା ନିମନ୍ତେ କେନ୍ଦୁଝର ଜିଲ୍ଲା ବଡ଼ବିଲ ତହସିଲ ଅନ୍ତର୍ଗତ ଦେଓଝର ଠାରେ ଅବସ୍ଥିତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ମାନବ ସମ୍ବଳ ବିଭାଗର ହଲ ଅଫ ଇନ୍ସପାରେସନ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଜେଏସପି ଦେଓଝର ପିଲେଟ ପ୍ଲାଣ୍ଟର ୟୁନିଟ ହେଡ ପୁରୁଷୋତ୍ତମ ଏମ ଡି ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ରୂପେ ମାନବ ସମ୍ବଳ ବିଭାଗର ବରିଷ୍ଠ ଅଧିକାରୀ ଶଶାଙ୍କ ପଟ୍ଟନାୟକ ଓ ଅଜୟ ଝା ଯୋଗଦେଇଥିବା ଦେଇଥିଲେ । ଉକ୍ତ ସଭାରେ ଉପସ୍ଥିତ ନିୟୋକ୍ତା , ସଦସ୍ୟ ଓ ପେନସନ ଧାରୀ ମାନଙ୍କୁ ଏମ.ଡି ପୁରୁଷୋତ୍ତମ ନିଧି ଆପକେ କାର୍ଯ୍ୟକ୍ରମର ସୁବିଧା ଉଠାଇବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଂଗଠନର ନୋଡାଲ ଅଧିକାରୀ ଭଗବାନ ସାହୁ ଓ ପ୍ରବର୍ତ୍ତନ ଅଧିକାରୀ ଜୟରାମ ମହାପାତ୍ର ଉପସ୍ଥିତ ଥିବା ନିୟୋକ୍ତା , ସଦସ୍ୟ ଓ ପେନସନ ଧାରୀ ମାନଙ୍କ ଅଭିଯୋଗର ସମାଧାନ କରିଥିଲେ ।


