ଟାଟା ପାୱାର ବିରୁଦ୍ଧରେ ବିଜେପିର ଗଣଧାରଣା

ବାଲେଶ୍ୱର, (ସରୋଜ ପଣ୍ଡା):ଟାଟା ପାୱାରର ଅଘୋଷିତ ବିଦ୍ୟୁତ କାଟ୍, ଲୋ ଭୋଲଟେଜ୍, ଗ୍ରାହକ ଶୋଷଣ ନୀତି ବିରୁଦ୍ଧରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଟାଟା ପାଓ୍ବାରର ବାଲିଆ ସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ରାଜ୍ୟ ସରକାର ନିଜକୁ ବଳକା ବିଦ୍ୟୁତ ସମ୍ପର୍ଣ ରାଜ୍ୟ କହୁଥିବା ବେଳେ ଟାଟା ପାଓ୍ବାରର ଅଘୋଷିତ ଓ ଅହେତୁକ ବିଦ୍ୟୁତ କାଟ୍, ଲୋ ଭୋଲଟେଜ୍ ଯୋଗୁଁ ସମସ୍ତ ଜନସାଧାରଣଙ୍କ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ତା’ସହିତ ରହିଛି ମନମୁଖୀ କାର୍ଯ୍ୟକଳାପ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ଜନତାଙ୍କ ସ୍ୱାର୍ଥ ପାଇଁ ରାଜରାସ୍ତାକୁ ଓହ୍ଲାଇଛି, ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛି। ଏହି କ୍ରମରେ ଆଜି ଜିଲ୍ଲାର ପ୍ରମୁଖ ସ୍ଥାନ ମାନଙ୍କରେ ଟାଟା ପାଓ୍ବାର ବିରୁଦ୍ଧରେ ଗଣଧାରଣା ଦିଆଯାଇଥିଲା। ବାଲିଆ କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିବା ଗଣଧାରଣାର ଆବାହକ ପୁର୍ବତ୍ତନ ସଦର ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ ନେତୃତ୍ୱରେ ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିଲେ। ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଟାଟା ପାଓ୍ବାରର ମନମୁଖୀ କାର୍ଯ୍ୟକଳାପକୁ ଭର୍ସନା କରିବା ସହିତ ରାଜ୍ୟ ସରକାରଙ୍କୁ ଦୃଢ଼ ସମାଲୋଚନା କରିଛନ୍ତି। ସମସ୍ଯାର ଆଶୁ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବକ୍ତାଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର,ଜିଲ୍ଲା ଗଣମାଧ୍ୟମ ସଂଯଜକ ଶ୍ରୀନିବାସ ପ୍ରଧାନ,ରାଜ୍ୟ ଓବିସି ମୋର୍ଚ୍ଚା କାର୍ଯ୍ୟକାରୀଣି ସଦସ୍ୟ ଶିବଶଙ୍କର ପ୍ରଧାନ, ଜିଲ୍ଲା ସମ୍ପାଦିକା ମହୁଆ ପ୍ରଧାନ, ସସ୍ମିତା ଚାନ୍ଦ, ପୂର୍ବତନ ସରପଞ୍ଚ ତଥା ଆରସିଏମଏସ ସଭାପତି ସର୍ବେଶ୍ୱର ମହାନ୍ତି, କାଉନସିଲ ନିରୁପମା ଦାଶ, ସତ୍ୟସିବସୁନ୍ଦର ଦାଶ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ସତ୍ୟଜିତ ମିଶ୍ର, ମମତା ମହାପାତ୍ର ପ୍ରମୁଖ ତାଙ୍କ ବ୍ଯକ୍ତବ୍ଯରେ ରାଜ୍ଯ ସରକାରଙ୍କ ଅପାରଗତା, ଶକ୍ତିମନ୍ତ୍ରୀଙ୍କ ନୀରବତା ବିରୁଦ୍ଧରେ ବର୍ଷିଥିଲେ। ଜିଲ୍ଲା ଗଣମାଧ୍ୟମ ସହସଂଯୋଜକ ରଣଜିତ ପୃଷ୍ଟି, ଅରୂପ ଜେନା, ଆଡ଼ଭୋକେଟ ପ୍ରଶାନ୍ତି ପଣ୍ଡା, ସିପ୍ରା ରେଖା ମହାପାତ୍ର, ଯୋଗେନ୍ଦ୍ର ଚନ୍ଦ୍ର ରଣା, ସୁସ୍ମିତା ପଣ୍ଡା, ଜିଲ୍ଲା ଏସଟି ମୋର୍ଚ୍ଚା ସଭାପତି ବିପିନ ମାରାଣ୍ଡି, ଖଗେନ୍ଦ୍ର ନାୟକ, ସଂଜୀବ ପ୍ରଧାନ, ହେମନ୍ତ ମାସନ୍ତ, ରବୀନ୍ଦ୍ର ସାହୁ, ଜୟପ୍ରକାଶ ଦାଶ, ଗୋପୀନାଥ ପାତ୍ର, ଦୁକୁଲ ଚନ୍ଦ୍ର ଘଡେଇ, ମଧୁଶ୍ରୀ ପଣ୍ଡା, ମଦନ ଦାସ ମହାପାତ୍ର, ଅଜୟ ପାତ୍ର, ସୁଶାନ୍ତ ବେରା,ସର୍ବେଶ୍ୱର ପାତ୍ର, ପ୍ରଶାନ୍ତ ପରିଡା, ବିଜୟ ନାୟକ, ଲଷ୍ମୀକାନ୍ତ ବେହେରା, ତୁଫାନ ପବନ ସିଂ, କଳ୍ପଳତା ବେହେରା, ଅମୁଲ୍ୟ ସେଠି, କ୍ଷିତୀଶ ଚନ୍ଦ୍ର ଦାସ, ରାଜା ପାଣିଗ୍ରାହୀ, ଲିପୁ ବିନ୍ଧାଣି,ହୃଷିକେଶ ପାତ୍ର, ଚନ୍ଦନ ଦାସ, ସତ୍ୟସାଇ ଶତପଥି, କାବୁଲି, କୁନା, ଗାଲେଖ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ