କରଚୁଲିରେ ଆନନ୍ଦ ବୈଦିକ ସଂସ୍କୃତ ବିଦ୍ୟାଳୟ ଉଦଘାଟନ

ବୁଗୁଡା, (ଅନିଲ କୁମାର ମହାରଣା):ଜୁଲାଇ ୧୪ ତାରିଖ ଦିନ ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରଚୁଲି ଗ୍ରାମର ବ୍ୟାଘ୍ରମ୍ବାରି ମଠରେ ଆନନ୍ଦ ବୈଦିକ ସଂସ୍କୃତ ବିଦ୍ୟାଳୟ ଉଦଘାଟନ ହୋଇଯାଇଛି l ପୂର୍ବାହ୍ନ ୧୦ ଘଟିକା ସମୟରେ ବୈଦିକ ନୀତିରେ ହୋମ ଓ ପୂଜାବିଧି ପରେ ସ୍ୱାମୀ ଶ୍ରୀ ଆତ୍ମାନନ୍ଦଜୀ ମହାରାଜଙ୍କ ତୈଳଚିତ୍ର ସମ୍ମୁଖରେ, ସନ୍ଥ ଚିନ୍ମୟାନନ୍ଦ ପ୍ରଦୀପ ପ୍ରଜ୍ବଳନ କରି ବିଦ୍ୟାଳୟକୁ ଉଦଘାଟନ କରିଥିଲେ। କରଚୁଲି ବ୍ୟାଘ୍ରମ୍ବାରି ମଠର ମହନ୍ତ ସତ୍ୟାନନ୍ଦ ବ୍ରହ୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷାବିତ ଗୋପାଳ ଚନ୍ଦ୍ର ନାୟକ ଉଦଘାଟନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ l ମୁଖ୍ୟ ଅତିଥି ଭାବେ ଲୋଚାପଡା ମଠର ମହନ୍ତ ଚିନ୍ମୟାନନ୍ଦ ଦାସ, ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ବେଦ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପାଣିଗ୍ରାହୀ, ଓ ସମ୍ମାନିତ ବକ୍ତା ଭାବେ ବିଶିଷ୍ଟ କବି ଅନନ୍ତ କର, ଏବଂ ସମ୍ମାନିତ ଅତିଥି ଭାବେ ବୈଦିକ ବ୍ରାହ୍ମଣ ସମତିର ବୁଗୁଡା ବ୍ଲକ ସଭାପତି କାଳୀ ଚରଣ ମିଶ୍ର ଓ ଅଧ୍ୟାପକ ବିଭୁତି ଭୂଷଣ ମିଶ୍ର ଯୋଗ ଦେଇ ବୈଦିକ ଗୁରୁକୁଳ ଶିକ୍ଷା ସମାଜ ପାଇଁ ନିତାନ୍ତ ଆବଶ୍ୟକ ବୋଲି ମତ ବ୍ୟକ୍ତ କରି ଥିଲେ l ଶିକ୍ଷକ ଜୟନ୍ତ କୁମାର ପଟ୍ଟନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଇଂଜିନିୟର ହୃଷିକେଶ ସାହୁ ବେଦ ବିଦ୍ୟାଳୟ ସ୍ଥାପନର ଉଦ୍ଦେଶ୍ୟ ଜ୍ଞାପନ କାରିଥିଲେ l ସାମ୍ବାଦିକ ଅଶୋକ ନନ୍ଦ ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ