ବାଘୁଆ ଜଳ ଭଣ୍ଡାର ପାଣି ପଞ୍ଚାୟତ ବୈଠକ

ବୁଗୁଡ଼ା- ବୁଗୁଡା ନିକଟସ୍ଥ ବାଘୁଆ ଜଳ ଭଣ୍ଡାର ପାଣି ପଞ୍ଚାୟତ ବୈଠକ ବୁଗୁଡାସ୍ଥିତ ବିଭାଗୀୟ କାର‌୍ୟ୍ୟାଳୟ ପରସରରେ ଗୁରୁବାର ଦିନ ଅନୁଷ୍ଟିତ ହୋଇଯାଇଛି।ଏହି ବୈଠକରେ ଭଞ୍ଜନଗର ଜଳସେଚନ ବିଭାଜନ ନିର୍ବାହୀ ଯନ୍ତ୍ରୀ ଇଂଜିନିୟର ନିହାର ରଞ୍ଜନ ସାମନ୍ତରା ଅଧ୍ୟକ୍ଷତା କରିଥିଲେ। ବୁଗୁଡା ଉପବିଭାଜନର ସହକାରୀ ନିର୍ବାହୀଯନ୍ତ୍ରୀ ଇଂଜିନିୟର ବିଷ୍ଣୁ ଚରଣ ସାହୁ ପ୍ରକାଶ କରିଥିଲେଯେ, ଗତ ଖରିଫ ଚାଷରେ ୮୪ ଶହ ହେକ୍ଟର ଜମିକୁ ସଫଳତା ସହ ଜଳ ଯୋଗାଣ ହୋଇପାରିଥିବା ବେଳେ ଆସନ୍ତା ରବି ଚାଷ ପାଇଁ ୧୮ ଶହ ହେକ୍ଟର ଜମିରେ ଜଳସେଚନ ପାଇଁ ଯୋଜନା ହୋଇଛି।ବୈଠକରେ ଏହା ଗୃହିତ ହେବା ସହ ଜାନୁୟାରୀ ମାସ ୧୭ ତାରିଖ ଠାରୁ କେନାଲରେ ଜଳ ଯୋଗାଣ ପାଇଁ ସ୍ଥିର ହୋଇଥିବା ବେଳେ ପାଞ୍ଚଟି ପର‌୍ୟ୍ୟାୟରେ ଜଳ ଯୋଗାଣ ହେବା ସହ ପ୍ରତି ପର‌୍ୟ୍ୟାୟରେ ପାଞ୍ଚ ଦିନ ଲେଖାଏଁ କେନାଲରେ ଜଳ ଛାଡିବା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା । ବୈଠକରେ କୃଷି ବିଭାଗ ଅଧିକାରୀ, ଉଦ୍ୟାନ ବିଭାଗ ଅଧିକାରୀ ଓ ଆସିକା ଚିନି ଶିଳ୍ପର ଅଧିକାରୀଙ୍କ ସମେତ ପୋଲସରା ଓ ବୁଗୁଡା ବ୍ଲକର କୃଷକ ନେତୃ ବୃନ୍ଦ ଯୋଗ ଦେଇଥିଲେ। ଇଂ କେଶବ ଖଟେଇ ଓ ଇଂ ଅନିତା ଦାଶ ପରିଚାଳନାରେ ସହଯୋଗ କରିଥିବା ବେଳେ ଇଂ ବୈଜୟନ୍ତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ