ଜନ ସଂଖ୍ୟା ଦିବସ ଅବସରରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
ବାଲେଶ୍ଵର, (ସରୋଜ ପଣ୍ଡା):ଚଳିତ ବର୍ଷ ପରିବାର ନିୟୋଜନ କାର୍ଯ୍ୟକ୍ରମ ରେ ଉଲେଖନୀୟ ସଫଳତା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଦୁଲାଳସେନ ଜଗଦେବ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦେଶକ ଡା ମୁରଲୀଧର ପାଢ଼ୀ ଯୋଗ ଦେଇ ପ୍ରସବ ପରେ ସ୍ଥାୟୀ କିମ୍ବା ଅସ୍ଥାୟୀ ପଦ୍ଧତି ରେ ପରିବାର ନିୟୋଜନ ପଦ୍ଧତି ଅବଲମ୍ବନ ପାଇଁ ପରାମର୍ଶ ଦେବାକୁ କହିବା ସହ ଦୁଇ ପିଲାଙ୍କ ମଧ୍ୟରେ ବ୍ୟବଧାନ ସମ୍ପର୍କ ରେ ପରାମର୍ଶ ଦେବାକୁ କହିଥିଲେ. ଅନ୍ୟମାନଙ୍କ ମଧ୍ୟରେ ଡା ମୃତ୍ୟୁଞ୍ଜୟ ମିଶ୍ର, ଡା ପରେଶ ଚନ୍ଦ୍ର ନନ୍ଦୀ, ଡା ନିର୍ମଳ ଚନ୍ଦ୍ର ସାହାଣୀ,ଡି ପି ଏମ ଅନିଲ ମହାନ୍ତି ପ୍ରମୁଖ ପରିବାର ନିୟୋଜନ ସମ୍ପର୍କରେ ଆଲୋଚନା କରଥିଲେ. ଏହି ଅବସରରେ ପରିବାର ନିୟୋଜନ କ୍ଷେତ୍ରରେ ଉଲେଖନୀୟ ସଫଳତା ପାଇଁ ଜିଲ୍ଲାର 9ଟି ବ୍ଲକ ସ୍ତରୀୟ ଡାକ୍ତର ଖାନା,୭ଜଣ ଡାକ୍ତର,୨ଜଣ ମହିଳା ସ୍ୱାସ୍ଥ୍ୟ କର୍ମୀ,୩ଜଣ ଆଶା,୨ଜଣ ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ଜଣେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଓ ୨ଜଣ ମ୍ୟାନେଜର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା. ଏହି କାର୍ଯ୍ୟକ୍ରମ କୁ ଏଲିନା ସାମଲ ଓ ରମଣୀ କାନ୍ତ ଭଞ୍ଜ ପରିଚାଳନା କରିଥିଲେ.


