ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଯୁବ ସମାଜସେବୀ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳୋ ଠାରୁ ମହେଶପୁର ଦେଇ ଝୁଟୁଣାକୁ ଏକ ପକ୍କା ରାସ୍ତା ନିର୍ମାଣ ପାଇଁ ଗତ ଶୁକ୍ରବାର ଦିନ ଭିତ୍ତିପ୍ରସ୍ଥର ହୋଇଛି। ରାଜ୍ୟ ସରକାରଙ୍କ ଗ୍ରାମୀଣ ରାସ୍ତା ଉନ୍ନତିକରଣ ଯୋଜନାରେ ଉକ୍ତ ରାସ୍ତାଟି ନିର୍ମାଣ ହେବ ବୋଲି ବିଭାଗ ପକ୍ଷରୁ ଜଣାପଡିଥିବା ବେଳେ ଏଥିପାଇଁ ପ୍ରାୟ ୫କୋଟି ଟଙ୍କା ବ୍ୟୟ ହୋଇଛି। ଏହା ଏକ ବନ୍ୟା ଅଞ୍ଚଳ ହୋଇଥିବାରୁ ବର୍ଷା ଦିନେ ଗମନାଗମନ ପାଇଁ ଘୋର ଅସୁବିଧା ସୃଷ୍ଟି ହୋଇଥାଏ। ତେଣୁ ପକ୍କା ରାସ୍ତା ଖଣ୍ଡେ ପାଇଁ ମହେଶପୁର ଗ୍ରାମର ଯୁବ ସମାଜସେବୀ ଉତ୍କଳ କେଶରୀ ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ୨୦୧୭ ମସିହାରେ ମେଲ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଦୀର୍ଘ ପାଞ୍ଚ ବର୍ଷ ପରେ ରାଜ୍ୟସରକାର ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବାରୁ ଶ୍ରୀ ବିଶ୍ୱାଳ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହାଛଡା ଅବଧି ସମୟ ମଧ୍ୟରେ ରାସ୍ତା କାମ ଶେଷ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଶ୍ରୀ ବିଶ୍ୱାଳ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିବେଦନ କରିଛନ୍ତି। ଆଗକୁ ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ନେଇ ସେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ବୋଲି ସାମ୍ବାଦିକ ମାନଙ୍କୁ କହିଛନ୍ତି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗ୍ରାମର ଚନ୍ଦ୍ର ଶେଖର ସ୍ୱାଇଁ, ସନ୍ତୋଷ କୁମାର ବିଶ୍ବାଳ, ଉମାକାନ୍ତ ସାହୁ, ସତ୍ୟବ୍ରତ ବିଶ୍ୱାଳ, ପାର୍ଥ ସାରଥୀ ବିଶ୍ୱାଳ, ସଂଜୟ କୁମାର ରାଉତ, ରମେଶ ଜେନା, ବିକାଶ ପଢ଼ିଆରୀ, ସରୋଜ ଜେନା ପ୍ରମୁଖ ଉପସ୍ଥିତ ଥିଲେ।