ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ଆସାମୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ବାଲେଶ୍ଵର,(ସରୋଜ ପଣ୍ଡା):ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାର କରି ବାଲେଶ୍ଵର ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ଜଜ ରଞ୍ଜନ କୁମାର ସୂତାର ଆସାମୀ ସିଂଲା ଅଞ୍ଚଳର ଅରୁଣ କୁମାର ବାରିକ କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି।ଜୋରିମାନା ଅର୍ଥ ଅନାଦେୟ ଆସାମୀକୁ ଅଧିକ ୨ବର୍ଷ କାରାଦଣ୍ଡ ଭୋଗିବେ ବୋଲି ରାୟରେ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି,ଗତ ୨୦୨୨ ମସିହା ଜୁନ ମାସରେ ସିଂଲା ଥାନା ଅଂଚଳରେ ଏକ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲା ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଏ ନେଇ ସିଂଲା ଥାନା କେଶ ନମ୍ବର ୧୩୫/୨୨ ମୂଳେ ଏକ ମାମଲା ରୁଜୁ ହୋଇଥିଲା।ଏହି ମାମଲାର ୧୫ ଜଣ ସାକ୍ଷୀ ଓ ୧୪ ଟି ଦଲିଲ ଓ ଦସ୍ତାବିଜ କୁ ଭିତ୍ତିକରି ଉପରୋକ୍ତ ଦଣ୍ଡ ଶୁଣାଇଛନ୍ତି ମାନ୍ୟବର କୋର୍ଟ। ଏଥି ସହ ପୀଡ଼ିତା ଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ହୋଇଛି। ଏହି ମାମଲା ରେ ସରକାର ଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ