ବଜ୍ରାଘାତରେ ମହିଳା ଙ୍କ ମୃତ୍ୟୁ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅର୍ନ୍ତଗତ ପଟିଗୁଡ଼ା ପଞ୍ଚାୟତ ବରମୁଣ୍ଡୁଳି ଗ୍ରାମର ଜଣେ ମହିଳାଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମହିଳା ଜଣକ ହେଲେ ବିଷ୍ଣୁ ପ୍ରିୟା ପଣ୍ଡା (୫୫)ନିଜ ଜମିରେ କାମକରୁଥିବା ସମୟରେ ଘଡ ଘଡି ବଜ୍ରାଘାତ ହୋଇଥିଲା ସଙ୍ଗେ ସଙ୍ଗେ ବିଷ୍ଣୁ ପ୍ରିୟା ବିଲରେ ଓଲଟି ପଡ଼ିଥିଲେ ଖବର ପାଇ ପରିବାର ଲୋକେ ବିଲକୁ ଯାଇ ବିଷ୍ଣୁ ପ୍ରିୟା କୁ ଉଦ୍ଧାର କରିବାସହ ୧୦୮ ଆମ୍ବୁଲାନ୍ସ ଯୁଗେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇ ନେଇଥିଲେ ଚିକିତ୍ସା ଧୀନ ଅବସ୍ଥାରେ ବିଷ୍ଣୁ ପ୍ରିୟା ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ଖବର ପାଇ ପାଟପୁର ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ମେଡିକାଲ କୁ ପଠାଇଥିବା ବେଳେ ମୃତ୍ୟୁ ଘଟଣାର ସତ୍ୟତା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।


