ଡ଼କାୟତି ଘଟଣାରେ ଦୁଇ କୋର୍ଟଚାଲାଣ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗତକାଲି ରାତିରେ ଏକ ଡ଼କାୟତି ଘଟଣାରେ ଗାଙ୍ଗପୁର ପୋଲିସ୍ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି I ସୂଚନା ପ୍ରକାରେ ଗତକାଲି ରାତିରେ ପୁରୁଣାବୋରୀ ଗ୍ରାମର ଆକାଶ ବିଷୋୟୀ ଏବଂ ଲିକନ୍ ବିଷୋୟୀ ଖଇରପୁଟି ଗ୍ରାମରୁ ଫେରୁଥିବା ସମୟରେ ସିଦ୍ଧେଶ୍ଵରୀ ଫାଟକ ନିକଟରେ ଖଇରପୁଟି ଗ୍ରାମର ରାକେଶ ଭୂୟାଁ ଏବଂ ସାନସାଦରା ଗ୍ରାମର ରାନୁ ବିଷୋୟୀ ଉଭୟଙ୍କୁ ଅଟକାଇ ସେମାନଙ୍କ ଠାରୁ ଦଶ ହଜାର ଟଙ୍କା ଛଡ଼ାଇ ନେଇଥିଲେ I ଏହି ସମୟରେ ଗାଙ୍ଗପୁର ବଡ଼ଦାଣ୍ଡ ସାହିର ମିଲୁ ବିଷୋୟୀ ସେଠାରେ ପହଞ୍ଚି ଆକାଶ ମୁଣ୍ଡରେ ପିସ୍ତଲ୍ ଲଗାଇ ଧମକ ଦେବା ସହିତ ରୁହ ମୁଁ ଆସୁଛି କହି ଖଇରପୁଟି ଅଭିମୁଖେ ପଳାଇଯାଇଥିଲା I ଏହାପରେ ଆକାଶ ଏବଂ ଲିକନ୍ ଠାରୁ ରାକେଶ ଏବଂ ରାନୁ ସେମାନଙ୍କର ମୋବାଇଲ୍ ଛଡ଼ାଇ ନେଇଥିଲେ I ଏହି ସମୟରେ ଏକ ଗାଡ଼ି ଆସିଯିବାରୁ ତାର ଲାଇଟ୍ ଦେଖି ରାନୁ ଏବଂ ରାକେଶ ଘଟଣା ସ୍ଥଳରୁ ଦୌଡ଼ି ପଳାଇଥିଲେ I ଏନେଇ ଆକାଶର ଅଭିଯୋଗ ପ୍ରକାରେ ଗାଙ୍ଗପୁର ପୋଲିସ୍ କେଶ୍ ନମ୍ବର୍ ୭୦୪/୨୩ ରେ ଏକ ମାମଲା ରୁଜୁ କରି ରାକେଶ ଏବଂ ମିଲୁକୁ ଗିରଫ କରି କୋର୍ଟଚାଲାଣ କରିଛି I ବର୍ତ୍ତମାନ ରାନୁକୁ ପୋଲିସ୍ ଖୋଜୁଥିବା ବେଳେ ତାକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଗାଙ୍ଗପୁର ଥାନା ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ