ଗୋବିନ୍ଦପୁର ବାଲିଘାଟ ପାଇଁ ସମଣାରେ ପରିବେଶ ସମ୍ବନ୍ଧୀୟ ଜନଶୁଣାଣି

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡ଼ିହି ତହସିଲ ଅଧୀନ ଗୋବିନ୍ଦପୁର ବୈତରଣୀ ବାଲିଘାଟର ପରିବେଶ ସମ୍ବନ୍ଧୀୟ ଜନ ଶୁଣାଣି ସମଣାରେ ଅନୁଷ୍ଠିତ ହୋଇଯାଇଛି। ଗୋବିନ୍ଦପୁର ମୌଜା ର ଖାତା ନମ୍ବର ୩୪୨, ପ୍ଲଟ ନମ୍ବର ୩୬୯ରେ ୧୨ଏକର୫୨ ଡିସିମିଲ ପତିତ କିସମ ଜମିରେ ବାଲି ଉତ୍ତୋଳନ ପାଇଁ ଗଜେନ୍ଦ୍ର ସାହୁ ଲିଜ ନେଇଛନ୍ତି। ଜିଲ୍ଲା ପରିବେଶ ପ୍ରଦ୍ୟୁଶଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ପ୍ରଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୁଣାଣି କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଘାସିରାମ ମୁର୍ମୁ ଯୋଗଦେଇଥିଲେ। ସ୍ଥାନୀୟ ଲୋକମାନେ ବାଲିଘାଟ ଚାଲିଲେ ସେମାନଙ୍କର କିଛି ଅସୁବିଧା ନାହିଁ ଓ ବାଲିଘାଟ ଚାଲିଲେ ଏ ଅଞ୍ଚଳର ଅନେକ ଲୋକ ଉପକୃତ ହେବେ ବୋଲି ବାମଦେବ ନାୟକ, ତାପସ ପଣ୍ଡା, ଭାସ୍କର ସା, ରମେଶ ସାହୁ ପ୍ରମୁଖ ଗ୍ରାମବାସୀ ମାନେ କହିଥିଲେ।ସମଣା ସରପଞ୍ଚ ଜଗବନ୍ଧୁ କାଣ୍ଡି, ବଡ଼ରମ୍ପାସ ସରପଞ୍ଚ ରବିନ୍ଦ୍ର ଯେନା ପ୍ରମୁଖ ଏ ଅଂଚଳରେ ଏବେ ବାଲି ର ଘୋର ଅଭାବ ଦେଖାଦେଇଥିବାରୁ ଆବାସ ଯୋଜନାରେ ଲୋକମାନେ ଘର କରିପାରୁ ନଥିବାରୁ ତୁରନ୍ତ ଗୋବିନ୍ଦପୁର ବାଲିଘାଟ ଚାଲିଲେ ଲୋକମାନେ ଉପକୃତ ହୋଇପାରିବେ ବୋଲି କହିଥିଲେ। ଲିଜଧାରୀ ସରକାରଙ୍କ ନୀତିନିୟମ ଅନୁଯାଇ ସମସ୍ତ କାର୍ଯ୍ୟ କରିବେ ବୋଲି ମତ ରଖିଥିଲେ। ଏଥିରେ ହାଟଡ଼ିହି ତହସିଲଦାର ମିତାଲି ମଧୁଛନ୍ଦା ପାତ୍ର ଯୋଗଦେଇଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ଅତିରିକ୍ତ ଏସ. ପି ଦିଲ୍ଲୀପ କୁମାର ନାୟକ, ଆନନ୍ଦପୁର ଏସ. ଡି. ପି. ଓ ପ୍ରଶାନ୍ତ କୁମାର ବେହେରା, ନନ୍ଦିପଦା ଥାନା ଆଇଆଇସି ରବିନ୍ଦ୍ର ପାତ୍ର ପ୍ରମୁଖ ବ୍ୟାପକ ପୁଲିସ ଫୋର୍ସ ସହ ଉପସ୍ଥିତ ଥିଲେ। ରତିକାନ୍ତ ରାଉତ,ଗଜେନ୍ଦ୍ର ସାହୁ, କବିନ୍ଦ୍ର ଖୁଣ୍ଟିଆ, ପ୍ରସନ୍ନ କୁମାର ସା, ରମେଶ କୁମାର ସାହୁ, ମାନସ କୁମାର ବାରିକ, ତାପସ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସମଣା, ଗୋବିନ୍ଦପୁର ସମେତ ଆଖପାଖ ଗ୍ରାମର ଶତାଧିକ ଲୋକ ଏହି ଶୁଣାଣି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ