ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ସଦରଥାନା ପୋଲିସ
ବାଲେଶ୍ଵର, (ସରୋଜ ପଣ୍ଡା):ଚାନ୍ଦିପୁରର ଏକ ହୋଟେଲରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ମାମାଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ସଦର ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ନାବାଳିକାଙ୍କ ପ୍ରେମିକ, ପ୍ରେମିକର ଦୁଇ ସାଙ୍ଗ ଓ ହୋଟେଲ ମ୍ୟାନେଜର । ସମସ୍ତ ଅଭିଯୁକ୍ତ ବାଲେଶ୍ଵର ଅଞ୍ଚଳର। ଅଭିଯୁକ୍ତଙ୍କଠାରୁ ୨ଟି ମୋଟର ସାଇକେଲ ଓ ୩ଟି ମୋବାଇଲ ଫୋନ ଜବତ କରିଛି ପୋଲିସ। ଏନେଇ ଶନିବାର ଅପରାହ୍ନରେ ସଦର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଡ. ଶଶାଙ୍କ ଶେଖର ବେଉରିଆ ସୂଚନା ଦେଇଛନ୍ତି। ଶୁକ୍ରବାର ନାବାଳିକା ନିଜ ପ୍ରେମିକ ସହ ଚାନ୍ଦିପୁର ବୁଲିବା ପାଇଁ ଆସିଥିଲେ। ବେଳାଭୂମିରେ ଥିବା ହୋଟେଲ ଗଲ୍ଡେନ ପ୍ଲାଜା ଠାରେ ସେମାନେ ରୁମ୍ ବୁକ୍ କରି ରହିଥିଲେ। ପ୍ରେମିକ ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହ ସାଙ୍ଗରେ ଆସିଥିବା ପ୍ରେମିକର ଦୁଇ ବନ୍ଧୁ ମଧ୍ୟ ଦୁଷ୍କର୍ମ କରିଥିଲେ। ନିଜ ମୋବାଇଲେ ଆପତ୍ତି ଜନକ ଭିଡିଓ ସୁଟ କରିଥିଲେ।ସେଠାରୁ ନାବାଳିକା ଘରକୁ ଆସିବା ପରେ ମାନସିକ ସନ୍ତୁଳନ ହରାଇ ବିଷ ପିଈ ଗୁରୁତର ହୋଇଥିଲେ।ତାଙ୍କୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ପରିବାର ଲୋକେ ନାବାଳିକା ଙ୍କୁ ବିଷ ପିଇବାର କାରଣ ପଚାରିବାରୁ ନାବାଳିକା ସମସ୍ତ ଘଟଣା ପରିବାର ଲୋକଙ୍କୁ କହିଥିଲା। ଏ ନେଇ ପରିବାର ପକ୍ଷରୁ ସଦର ଥାନାରେ ଅଭିଯୋଗ କରିବା ପରେ ଥାନା ପକ୍ଷରୁ କେଶ ନମ୍ବର ୨୮୩/୨୦୨୩, ପକ୍ସୋ ଓ ଗଣଦୁଷ୍କର୍ମ ଆଦି ଦଫା ମୂଳେ ମାମଲା ରୁଜୁ କରାଯାଇଛି।ତେବେ ସନ୍ଧ୍ୟାରେ ଘଟଣା ଘଟିଥିବା ହୋଟେଲ ଗୋଲ୍ଡେନ ପ୍ଲାଜା କୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଥିବାର ଜଣାପଡ଼ିଛି।


