ଗାଙ୍ଗପୁର କ୍ଳଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ନଭେମ୍ବର୍ ମାସରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ I ଏହି ପ୍ରରିପ୍ରେକ୍ଷୀରେ ଆସନ୍ତା ଅକ୍ଟୋବର ନଅ ତାରିଖରେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ କ୍ଲଷ୍ଟର୍ ରେ ଅନୁଷ୍ଠିତ ହେବ କ୍ଳଷ୍ଟର୍ ସ୍ତରୀୟ ସୁରଭି ଏବଂ ମିଲେଟସ୍ ମିଶନ୍ ପ୍ରତିଯୋଗିତା I ଏନେଇ ଆଜି ଗାଙ୍ଗପୁର ସ୍ଥିତ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗାଙ୍ଗପୁର କ୍ଳଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦାସ, ଗାୟତ୍ରୀ ମିଶ୍ର,ଶାନ୍ତିଲତା ବେହେରା,ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ଶିବରାମ ବେହେରା,ବାଳକୃଷ୍ଣ ସାବତ, ବିଷ୍ଣୁପ୍ରସାଦ ବେହେରା, ଗଙ୍ଗାଧର ସ୍ୱାଇଁ, ଶିଶିର କୁମାର ସ୍ୱାଇଁ,ଆକୁଳ ସାହୁ ପ୍ରମୁଖ ଯୋଗଦେଇ ଶୃଙ୍ଖଳିତ ସୁରଭି କାର୍ଯ୍ୟକ୍ରମ ଏବଂ ମିଲେଟସ୍ ମିଶନ୍ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ I ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ କ୍ଳଷ୍ଟର୍ ର ବୋରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆୟୋଜନ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ପ୍ରତି ବିଦ୍ୟାଳୟରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ସମ୍ପର୍କରେ ଆଲୋଚନା କରାଯିବା ସହିତ ବିଭିନ୍ନ ପ୍ରତିଯୋଗିତା ପାଇଁ ବିଚାରକ ମଣ୍ଡଳୀ ଚୟନ ଏବଂ ଅନ୍ୟାନ୍ୟ ଦାୟିତ୍ୱ ବଣ୍ଟନ ମଧ୍ୟ କରାଯାଇଥିଲା I ସମସ୍ତ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ପରିଚାଳନା କରିଥିବା ବେଳେ ସିଆରସିସି ମୃତ୍ୟୁଞ୍ଜୟ ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ I ସେହିପରି ସିଆରସିସି ସୁଧୀର କୁମାର ଦାସ,ବିଦେଶୀ ବାଡତ୍ଯା,ଛାୟାକାନ୍ତ ମହାପାତ୍ର ଏବଂ ଶଙ୍କର ନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ଯଥାକ୍ରମେ ନେଟେଙ୍ଗା,ଏନ୍.ପି ଶାସନ,କ୍ଷତ୍ରିୟବରପୁର ଏବଂ ମଙ୍ଗଳପୁର କ୍ଳଷ୍ଟର୍ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ