ରେଳକର୍ତ୍ତୃପକ୍ଷ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଆଲୋଚନା ବିଫଳ

ଗଂଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ରେଳ ଷ୍ଟେସନ ଠାରେ ପୂର୍ବରୁ ରହିଆସୁଥିବା ଦ୍ରୁତଗାମୀ ଟ୍ରେନ ହିରାଖଣ୍ଡ ଓ ତିରୁପତି ଏକ୍ସପ୍ରେସ ରହଣି ଦାବିରେ ଗଞ୍ଜାମ ଷ୍ଟେସନ ଠାରେ ଗଞ୍ଜାମ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଚାଲିଥିବା ବିଶାଳ ପ୍ରତୀକ ଧାରଣା ତୃତୀୟ ଦିବସରେ ପହଞ୍ଚିଛି। ଲଗାତାର ତୃତୀୟଦିନରେ ମଧ୍ୟ ପୁର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା ଧାରଣାରେ ବସିଥିବା ବେଳେ ,ଆନ୍ଦୋଳନକୁ ସମର୍ଥନ କରି, କଂଗ୍ରେସ, ସିପିଏମ , ବିଜେପି, ଗଞ୍ଜାମ ଏନଏସିର କାଉନସିଲର, ପଞ୍ଚାୟତ ପ୍ରତିନିଧି, ବିଭିନ୍ନ ମହାବିଦ୍ୟାଳୟର ବିଦ୍ୟାର୍ଥୀ ମାନେ ଯୋଗଦେଇଥିଲେ।ଆଜି ବିଶିଷ୍ଟ ସମାଜସେବୀ ଗୋବିନ୍ଦ ଚନ୍ଦ୍ର ପଣ୍ଡା,କଂଗ୍ରେସ ରାଜ୍ୟ ସମ୍ପାଦକ ଶମ୍ଭୁ ପାଣିଗ୍ରାହୀ, ସିପିଏମ ନେତା ଦିଲ୍ଲୀପ ଛୋଟରାୟ, ପି. ହରିକୃଷ୍ଣରେଡ୍ଡୀ, ବିଜେପିର ପ୍ରଶାନ୍ତ ନାୟକ, ସୁବାସ ସାହୁ, ପ୍ରଶାନ୍ତ କର, କୃଷ୍ଣ ଚନ୍ଦ୍ରନାୟକ, ବସନ୍ତ ବେହେରା, କାନ୍ତାରି ଦଳେଇ,ରଞ୍ଜନ ବେହେରା,ଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର ବାରିକ,କାଉନସିଲର ସୁଜାତା ମହାନ୍ତି, ସବିତା ବେହେରା, ମହାଲକ୍ଷ୍ମୀ ନାୟକ,ପୁରୁଷୋତ୍ତମ ସାହୁ,ପି. ଚନ୍ଦ୍ରଶେଖର, ପି.ମୋହନ ରେଡ୍ଡୀ, ଯୋଗଦେଇଥିଲେ।ପରିଷର ସଭାପତି ଲିଙ୍ଗରାଜ ପଟ୍ଟନାୟକ, ସମ୍ପାଦକ ଗୋୖରୀଶଙ୍କର ପାଢ଼ୀ, ଉପଦେଷ୍ଟା ଇଂ ଵିନୋଦ କୁମାର ପାଢୀ, ଵିନୋଦ ଚନ୍ଦ୍ର ମହାପାତ୍ର, ଆନ୍ଦୋଳନର ନେତୃତ୍ବ ନେଉଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପୁର୍ବତନ ସାଂସଦ ପ୍ରତିନିଧି ଲକ୍ଷ୍ମୀ ଚରଣ ପାଢ଼ୀ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ , ସାମାରେଡ୍ଡୀ, ଗୌରିଶଙ୍କର ବାରିକ, ସୁଦାମ ଜେନା, ସୁଧୀର ପାଢ଼ୀ, ସିଲୁଦାସ,ଦୁର୍ଗା ମାଧବ ପାଣିଗ୍ରାହୀ, ସନ୍ତୋଷ ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ଦାସ ପତିତ ପାବନ ମହାପାତ୍ର, ହାଡ଼ିଆ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅପରାହ୍ଣ ସମୟରେ ଖୋର୍ଦ୍ଧା ଡିସିଏମ -ଜେ.ସି.ନାୟକ, ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା ଧାରଣା ସ୍ଥଳରେ ପହଞ୍ଚି ଖୋର୍ଦ୍ଧା ଡିଆରଏମ ଟ୍ରେନ ରଖିବା ପାଇଁ ଚିଫ ଅପରେଟିଙ୍ଗ ଅଫିସରଇଷ୍ଟକୋଷ୍ଟ ରେଳବାଇ ଭୁବନେଶ୍ୱରକୁ ସୁପାରିଶ କରିଥବା ଏକଚିଠି ପ୍ରଦାନ କରିଥିଲେ। ମାତ୍ର ଆନ୍ଦୋଳନ କାରୀ ମାନେ ଧାର୍ଯ୍ୟତାରିଖ ଚିଠିରେ ନଲେଖିବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବୁ ନାହିଁ ବୋଲି କହିବା ,ରେଳ ରୋକ କରାଯିବ ବୋଲି କହିଥିଲେ। ଫଳରେ ଆଲୋଚନା ବିଫଳ ହୋଇଥିଲା। ଅନ୍ୟପଟେ ଆସନ୍ତା କାଲି ରେଳରାଷ୍ଟ୍ର ମନ୍ତ୍ରୀଙ୍କ ଗଂଜାମ ସହରରେ ଜନସମ୍ପର୍କ ଯାତ୍ରାଥିବାରୁ ଲୋକଙ୍କ ସମସ୍ୟା ଶୁଣିବା ପାଇଁ ମାନ୍ୟବର ମନ୍ତ୍ରୀ ଆନ୍ଦୋଳନ ସ୍ଥଳକୁ ଆସିବେ ବୋଲି ଅଞ୍ଚଳବାସୀ ଅଶା ରଖିଥିବା ବେଳେ, ବିଜେପି କାର୍ଯ୍ୟକର୍ତ୍ତା ମାନେ ବି ମନ୍ତ୍ରୀଙ୍କୁ ଆଣିବା ପାଇଁ ପ୍ରୟାସ କରୁଥିବା ଦେଖାଯାଇଛି।ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ରେଳବାଇ ପୋଲିସ ଓ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ର ଫୋର୍ସ ସହ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ