କିଶୋର ନ୍ୟାୟ ଆଇନ୍ ସମ୍ପର୍କରେ ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟ୍‌ର ପ୍ରଶିକ୍ଷଣ ଶିବିର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପ୍ରଦକ୍ଷଣ ଭବନ ସମ୍ମିଳନୀ କକ୍ଷରେ ଶିଶୁ କିଶୋରମାନଙ୍କ ଯତ୍ନ ଓ ସୁରକ୍ଷା ସମ୍ପର୍କରେ କାର୍ଯ୍ୟ କରୁଥିବା ଜିଲ୍ଲାର ସମସ୍ତ ଥାନାର ସ୍ୱତନ୍ତ୍ର କିଶୋର ପୋଲିସ ଅଧିକାରୀମାନଙ୍କ ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ଦୈାରାଜଜ୍ ବିଶ୍ୱଜିତ୍ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଆଇନ ସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁ, କିଶୋର ନ୍ୟାୟ ବୋର୍ଡର ଅଧ୍ୟକ୍ଷ ରମାଦେବୀ ସୋରେନ୍‌, ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷା ସ୍ୱାଗତିକା ପାତ୍ର ଯୋଗଦେଇ ଥିଲେ । ଏଥିରେ ପ୍ରଶିକ୍ଷକ ଭାବେ ଚିତ୍ତରଞ୍ଜନ ମହାନ୍ତି, ଉଚ୍ଚ ନ୍ୟାୟଳୟର ଆଇନ୍‌ଜୀବୀ ତଥା ଶିଶୁମଙ୍ଗଳ ସମିତିି କଟକର ପୂର୍ବତନ ସଭ୍ୟ ଯୋଗ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନେଚର୍ସ କ୍ଲବ୍‌ର ଉପଦେଷ୍ଟା ବିରଜା ପ୍ରସାଦ ପତି, ଜିଲ୍ଲା ସ୍ତରୀୟ ଅଧିକାରୀ ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇଥିଲେ । ଉକ୍ତ ଶିବିରରେ ଡିଏସ୍‌ପି ଜ୍ୟୋତିରଞ୍ଜନ ସାମନ୍ତରାୟ, ଜିଲ୍ଲାର ୧୭ଟି ପୋଲିସ୍ ଥାନାର ସ୍ୱତନ୍ତ୍ର କିଶୋର ପୋଲିସ୍ ୟୁନିଟ୍‌ର କର୍ମକର୍ତ୍ତା ଅଂଶ ଗ୍ରହଣ କରି ଆଇନ୍ ସହ ଦ୍ୱନ୍ଦରେ ଥିବା ଶିଶୁ ତଥା ଯତ୍ନ ଓ ସୁରକ୍ଷା ଲୋଡୁଥିବା ଶିଶୁମାନଙ୍କ ନିମନ୍ତେ ଆଇନ୍‌ଗତ ବିଭିନ୍ନ ପ୍ରାବଧାନ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ ଜିଲ୍ଲା ଦୌରାଜଜ୍ ଶ୍ରୀ ମହାନ୍ତି ଶିଶୁମାନଙ୍କ ନିମନ୍ତେ ଅଧିକ ଯତ୍ନବାନ୍ ତଥା ସମ୍ବେଦନଶୀଳ ହୋଇ ସ୍ୱତନ୍ତ୍ର ଦୃଷ୍ଟି ପ୍ରଦାନ କଲେ ସମାଜରେ ସଂଗଠିତ ହେଉଥିବା ଶିଶୁମାନଙ୍କ ପ୍ରତି ବିଭିନ୍ନ ଅନ୍ୟାୟ, ଅତ୍ୟାଚାର ରୋକାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରତ୍ୟେକ ଶିଶୁ ଜଣେ ଜଣେ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଏବଂ ସେମାନଙ୍କୁ ସ୍ୱତନ୍ତ୍ର ଧ୍ୟାନ ପ୍ରଦାନ କରି ଏକ ପାରିବାରିକ ପରିବେଶ ପ୍ରଦାନ କରିପାରିଲେ କିଶୋର ନ୍ୟାୟ ଆଇନ୍‌ର ସଠିକ୍ ରୂପାୟନ ହୋଇପାରିବ । ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶିବିରର ଶୁଭ ଉଦ୍‌ଘାଟନ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ଶିବିର ଆୟୋଜନର ମୂଳଉଦେଶ୍ୟ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ଶେଷରେ ବିବେକାନନ୍ଦ ଅତବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଶିବିର ଆୟୋଜନରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ