8 ଫୁଟ ଲମ୍ବର ଅଜଗର ଉଦ୍ଧାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ପିଏଚଡି କାର୍ଯ୍ୟଳୟର ଗୋଦାମ ଗୃହରୁ 8 ଫୁଟର ଅଜଗର ସାପ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି | ଗତ ରବିବାର ରାତ୍ରରେ ସାପଟି ଗୋଦାମ ଭିତରେ ଥିବା ଲୋକେ ଜାଣିପାରି ପ୍ରକୃତି ବନ୍ଧୁ ନାଗେଶ୍ବର ମହାପାତ୍ରଙ୍କୁ ଜଣାଇଥିଲେ. ସୂଚନା ପାଇବା ପରେନାଗେଶ୍ବର ମହାପାତ୍ର ବହୁ ପରିଶ୍ରମ କରି ବିଳମ୍ବିତ ରାତ୍ରରେ ସାପଟିକୁ କାବୁ କରିପାରିଥିଲେ | ସେଠାରେ ଉପସ୍ଥିତ ଲୋକେ ବିଶାଳକାୟ ଅଜଗରକୁ ଦେଖି ଭୟଭିତ ହୋଇପଡ଼ିଥିଲେ. ଉଦ୍ଧାର ସାପଟିକୁ ରାଣିପେଣ୍ଠ ନିକଟସ୍ଥ ଜଙ୍ଗଲରେ ନାଗେଶ୍ବର ମହାପାତ୍ର କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଛାଡି ଥିବା ସୂଚନା ମିଳିଛି |