ବ୍ରହ୍ମା କୁମାରୀସ ପ୍ରଭୁ ଉପହାର ରିଟ୍ରିଟ୍ ସେଣ୍ଟର ତରଫରୁ ଚୈତନ୍ୟ ଦୁର୍ଗା ମଣ୍ଡପ (ଝାଙ୍କି) ଆୟୋଜିତ
ବ୍ରହ୍ମପୁର , (ଅନିଲ କୁମାର ମହାରଣା) : ବ୍ରହ୍ମା କୁମାରୀସ୍ ତରଫରୁ ପ୍ରଭୁ ଉପହାର ରିଟ୍ରିଟ୍-ସେଣ୍ଟର (ଚଟଜଉ) ରାମଚନ୍ଦ୍ରପୁର ଠାରେ ଚୈତନ୍ୟ ଦୁର୍ଗା ମଣ୍ଡପ (ଝାଙ୍କି) ଆୟୋଜିତ କରାଯାଇଥିଲା । ଏଥିରେ ବ୍ରହ୍ମା କୁମାରୀ ଭଗ୍ନୀମାନେ ଦୁର୍ଗା, ଲକ୍ଷ୍ମୀ, ସରସ୍ୱତୀ, ମହିଷାସୁର ଆଦି ବିଭିନ୍ନ ବେଶରେ ସୁସଜ୍ଜିତ ହୋଇ ଜୀବନ ହୋଇ ମଧ୍ୟ ନିଜ ଆଶ୍ଚର୍ଯ୍ୟଜନକ ଏକାଗ୍ରତାର ସାଧନାରେ ମୂର୍ତି ସଦୃଶ୍ୟ ପ୍ରତୀୟମାନ ହେଉଥିଲେ । ଉଦ୍ଘାଟନୀ ଉତ୍ସବରେ ବ୍ରହ୍ମପୁର ସାସଂଦ ଭ୍ରାତା ଚନ୍ଦ୍ର ଶେଖର ସାହୁ ମୂଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ନିଜ ବକ୍ତବ୍ୟରେ କହିଥିଲେ ଯେ, ପର୍ବପର୍ବାଣୀ ସମ୍ପନ୍ନ ଆମ ଭାରତ ବର୍ଷରେ ପ୍ରତ୍ୟେକ ଧର୍ମାବଲମ୍ବୀ ଦୁର୍ଗାପୂଜା ପାର୍ବଣଟିକୁ ଅତି ଖୁସି, ଆନନ୍ଦ, ଉଲ୍ଲାସ, ଉତ୍ସାହ…. ସହ ପାଳନ କରିଥାନ୍ତି । ଉକ୍ତ ଦିନ ଦେବୀ ଦୁର୍ଗାଙ୍କ ଅସୁର ଉପରେ ବିଜୟ ପ୍ରାପ୍ତ କରିବାର ବାସ୍ତବିକ ଅର୍ଥ ହେଉଛି ଦିବ୍ୟଗୁଣ ଓ ଶକ୍ତିର ଧାରଣ ଦ୍ୱାରା ଆମ ପୁରୁଣା ଆସୁରୀ ପ୍ରବୃତି ତଥା ଦୋଷ ଦୁର୍ବଳତା ଉପରେ ବିଜୟ ପ୍ରାପ୍ତ କରିବା । ସମ୍ମାନୀୟ ଅତିଥି ରୂପେ ଯୋଗଦେଇ ସ୍ଥାନୀୟ ବ୍ରହ୍ମପୁର ସ୍କୁଲ ଅଫ୍ ଇଂଜିନିୟରିଂ ଏବଂ ଟେକ୍ନୋଲୋଜୀ (ଈଝଋଞ)ର ଅଧ୍ୟକ୍ଷ ଭ୍ରାତା ଦିପକ ରାଓ ନିଜ ବକ୍ତବ୍ୟରେ କହିଥିଲେ ଯେ ଶକ୍ତି ପ୍ରଦାୟିନୀ ମା ଦୁର୍ଗାଙ୍କର ବରଦାନ ଆଶୀର୍ବାଦ ପ୍ରାପ୍ତ କରି ଆମେ ନିଜ ଅନ୍ତରରେ ମାନବିକତାକୁ ଜାଗୃତ କରି ବିଶ୍ୱ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରିବା । ଅନ୍ୟତମ ସମ୍ମାନୀୟ ଅତିଥି ରୂପେ ବ୍ରହ୍ମପୁର ଗ.କ.ଉ.ଏ. ମେଡିକାଲ କଲେଜର ଚକ୍ଷୁ ବିଭାଗର ବିଭାଗୀୟ ମୂଖ୍ୟା ପ୍ରଫେସର ଡା. ପ୍ରଜ୍ଞା ପଣ୍ଡା ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ଆଜିର ମାନବ ସମାଜ ଦୁଃଖ, କଳହ, ହିଂସା, ଘୃଣା ଆଦି ନକାରାତ୍ମକ ଚିନ୍ତାଧାରାକୁ ନିଜକୁ ମୁକ୍ତ ରଖିବା ପାଇଁ ଆଧ୍ୟାତ୍ମିକ ଜ୍ଞାନ ଏବଂ ଶକ୍ତିର ଧାରଣ କରିବା ନିତାନ୍ତ ଆବଶ୍ୟକ । ପ୍ରବୂ ଉପହାର ରିଟ୍ରିଟ୍ ସେଣ୍ଟରର ନିର୍ଦ୍ଦେଶିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ମାଳା ମୂଖ୍ୟ ବକ୍ତା ରୂପେ ଯୋଗ ଦେଇ ଦେବୀଘ୍ର ଆଧ୍ୟାତ୍ମିକ ରହସ୍ୟ ପ୍ରତିପାଦନ ପୂର୍ବକ ଆତ୍ମ ଅନୁଭୂତି ସମ୍ପନ୍ନ ହୋଇ ପରମପିତା ପରମ ଆତ୍ମାଙ୍କ ସହ ବୁଦ୍ଧି ଯୋଗି ସ୍ଥାପନ ଦ୍ୱାରା ଜୀବନରେ ନବ ଉର୍ଜାର ସଂଚାର ହେବା ପୂର୍ବକ ଜୀବନଧାରଣ ସହଜ ଏବଂ ଆନନ୍ଦମୟ ହୋଇପାରିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ସେହିପରି ସମାପନ ସମାରୋହରେ ସମ୍ମାନୀୟ ଅତିଥି ରୂପେ ଟାଟା ଗୃପ୍ର ମେନେଜର ଭ୍ରାତା ଅଶୋକ ରାଓ, ପ୍ରେସିଡେନ୍ସି କଲେଜର ଅଧ୍ୟକ୍ଷ ଭ୍ରାତା ଶ୍ରୀନିବାସ ମହାପାତ୍ର, ବରିଷ୍ଠ ବେଷଜ ତଥା ମଧୁମେହ ବିଶେଷଜ୍ଞ ଭ୍ରାତା ଡା. ପ୍ରକାଶ ଚନ୍ଦ୍ର ପାତ୍ର ଏବଂ ୟୁ.ଟି.ଭି. ଓ ଅନୁପମ ଭାରତର ବରିଷ୍ଠ ସାମ୍ବାଦିକ ଭ୍ରାତା ସୁଦୀପ କୁମାର ସାହୁ ଯୋଗ ଦେଇ ଦଶହରାର ମହାତ୍ମ୍ୟ ବର୍ଣ୍ଣନା କରିବା ପୂର୍ବକ ମନୁଷ୍ୟକୁ ସଠିକ୍ ମାର୍ଗରେ ପରିଚାଳନା ହେବା ପାଇଁ ବିଭିନ୍ନ ଯୁକ୍ତି ପ୍ରତିପାଦନ କରଥିଲେ । ପରିଶେଷରେ ବ୍ରହ୍ମା କୁମାରୀସ୍ ଗଞ୍ଜାମ ଓ ଗଜପତି ସଂଚାଳିକା ରାଜ ଯୋଗିନୀ ବ୍ରହ୍ମା କୁମାରୀ ଭଗ୍ନୀ ମଞ୍ଜୁ ଉପସ୍ଥିତ ଜନତାଙ୍କୁ ଆର୍ଶୀବଚନ ପ୍ରଦାନ କରିଥିଲେ । ଏହି ଅବସରରେ ବ୍ରହ୍ମପୁର ସମେତ ସ୍ଥାନୀୟ ସହସ୍ରାଧିକ ଜନସାଧାରଣ ବିସ୍ୱ ନବ ନିର୍ମାଣ ଆଧ୍ୟାତ୍ମିକ ସଂଗ୍ରହାଳୟର ଅବଲୋକନ ପୂର୍ବକ ଚୈତନ୍ୟ ଦେବୀମାନଙ୍କୁ ଦର୍ଶନ କରିବା ସହ ଈଶ୍ୱରୀୟ ପ୍ରସାଦ ପ୍ରାପ୍ତ କରଥିଲେ ।


