ହଳଦୀପଦା ଷ୍ଟେସନରେ ଅଟକିବ ବାରିପଦା ବାଙ୍ଗିରିପୋଷି ଏକ୍ସପ୍ରେସ

ବାଲେଶ୍ୱର, (ସରୋଜ ପଣ୍ଡା) : ହଳଦୀପଦା ଷ୍ଟେସନରେ ଅଟକିବ ବାରିପଦା ବାଙ୍ଗିରିପୋଷି ସୁରଫାଷ୍ଟ ଏକ୍ସପ୍ରେସ । ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବୀ ଆଜି ପୂରଣ ହୋଇଯାଇଅଛି । ସୂଚନାଯୋଗ୍ୟଯେ ପୂର୍ବରୁ ବାରିପଦା ଏକ୍ସପ୍ରେସ ହଳଦୀପଦା ଷ୍ଟେସନରେ ଅଟକୁଥିଲା ମାତ୍ର କରୋନା କାଳରେ ଏହାର ନିୟମ ପରିବର୍ତ୍ତନ ହେବା ଦ୍ୱାରା ସାଧାରଣ ଲୋକଙ୍କ ଯାତାୟତରେ ବହୁ ସମସ୍ୟା ଉପୁଜିଥିଲା । ତେବେ ବିଜେପି ସଦର ନେତା ମାନସ କୁମାର ଦତ୍ତ ଟ୍ରେନର ରହଣି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ସମସ୍ୟାର ସମାଧାନ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ । ଶ୍ରୀ ଦତ୍ତଙ୍କ ଉକ୍ତ ପତ୍ରକୁ ସୁପାରିଶ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବାଲେଶ୍ୱରର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଥିଲେ । ଗତକାଲି ଶ୍ରୀ ଦତ୍ତଙ୍କ ଚିଠିର ଉତ୍ତର ରେଳମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଛି । ହଳଦୀପଦା ଷ୍ଟେସନରେ ବାରିପଦା ବାଙ୍ଗିରିପୋଷି ସୁରଫାଷ୍ଟ ଏକ୍ସପ୍ରେସ ଅଟକିବ ବୋଲି ଚିଠିରେ ଉଲ୍ଲେଖ ହୋଇଛି । ଉକ୍ତ ଟ୍ରେନର ହଳଦୀପଦାରେ ରହଣି ହେତୁ ପାଖାପାଖି ୧୧ ଗୋଟି ପଞ୍ଚାୟତର ୧୦ ହଜାରରୁ ଉର୍ଦ୍ଧ୍ୱ ଜନତା ଉପକୃତ ହେବେ ବୋଲି ସଦର ନେତା ମାନସ କୁମାର ଦତ୍ତ ମତପ୍ରକାଶ କରିଛନ୍ତି । ଏହି ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏଥିପାଇଁ ଶ୍ରୀ ଦତ୍ତ ସାଧାରଣ ଲୋକଙ୍କ ତରଫରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବାଲେଶ୍ୱରର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ