ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଙ୍କୁ ବିଦାୟକାଳୀନ ସମ୍ଵର୍ଦ୍ଧନା
ନିମାପଡ଼ା, (ସନ୍ତୋଷ ଦାସ):ପୁରୀ ଜିଲ୍ଲା ଗୋପ ବ୍ଲକ ଦେସ୍ଥଳୀ କ୍ଲଷ୍ଟର ର ପ୍ରାକ୍ତନ ସିଆରସିସି ତଥା ପ୍ରଧାନ ଶିକ୍ଷକ ଜମେଶ୍ୱର ସ୍ୱାଇଁ ଅବସର ଗ୍ରହଣ କରିବା ପରେ ତାଙ୍କୁ କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପକ୍ଷରୁ ବିଦାୟ ସମ୍ଵର୍ଦ୍ଧନା ଜ୍ଞାପନ କରାଯାଇଛି। ଶ୍ରୀ ସ୍ଵାଇଁ ଜଣେ ଛାତ୍ରବତ୍ସଳ ଶିକ୍ଷକ, ଦକ୍ଷ ସିଆରସିସି ଓ ଗୋପ ବ୍ଲକ ଶିକ୍ଷକ ସମନ୍ୱୟ ସମିତିର ନେତା ଭାବରେ ଦାୟିତ୍ଵ ନିର୍ବାହ କରି ସରକାରୀ ବୃତ୍ତିରୁ ଅବସର ନେଇଛନ୍ତି। କାକଟପୁର ନିକଟସ୍ଥ ମା’ କୁତାମଚଣ୍ଡୀ ଙ୍କ ପୀଠରେ ଦେସ୍ଥଳୀ କ୍ଲଷ୍ଟର ସିଆରସିସି ଲିଙ୍ଗରାଜ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅବସର କାଳୀନ ସମ୍ଵର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏଥିରେ ଅବସରପ୍ରାପ୍ତ ଶିକ୍ଷକ ସଂଘର ନେତା ସୁଶାନ୍ତ କୁମାର ନାୟକ ସଭାପତିତ୍ୱ କରିଥିଲେ। ଅତିଥି ଭାବେ ବିଆରସିସି ବେଣୁଧର ମଲ୍ଲିକ, ଏବିଇଓ ବିଳାସିନୀ ମଲ୍ଲ, ଏବିଇଓ ଅଶୋକ କୁମାର ବେହେରା, ସି ଆର ସି ସି ଅରବିନ୍ଦ ସାହୁ,ଶିକ୍ଷାବିତ୍ ଯୁବରାଜ ବିଶ୍ୱାଳ, ଗୋପ ବ୍ଲକ ଶିକ୍ଷକ ସମନ୍ୱୟ ସମିତିର ସଭାପତି ଶିବଦତ୍ତ ନାୟକ, ସାଧାରଣ ସମ୍ପାଦକ ସରୋଜ କୁମାର ମିଶ୍ର, କୋଷାଧ୍ୟକ୍ଷ ଦିବାକର ପରିଡ଼ା ଓ କୋଣାର୍କ ସାହିତ୍ୟ ସଂସଦର ସଂପାଦକ ରବୀନ୍ଦ୍ରନାଥ ବାହିନୀପତି ପ୍ରମୁଖ ଯୋଗଦେଇ ଜମେଶ୍ୱର ସାରଙ୍କର ଗୁଣଗାନ କରିଥିଲେ। ଦେସ୍ଥଳୀ କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପକ୍ଷରୁ ଜମେଶ୍ୱର ସାରଙ୍କୁ ଉତ୍ତରୀୟ, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇ ସମ୍ଵର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଶିକ୍ଷକ ତାପସ ନାୟକ, ବସନ୍ତ କୁମାର ମହାନ୍ତି, ଶିକ୍ଷୟିତ୍ରୀ ଅଭିଲିପ୍ସା ସାହୁ ଓ ରଶ୍ମିତା ସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


