ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜୟନ୍ତୀ ସମାରୋହ ପାଳିତ

ବାଲେଶ୍ଵର, (ସରୋଜ ପଣ୍ଡା):ମଙ୍ଗଳବାର ବାଲେଶ୍ଵର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ସ୍ଥିତ ସାମ୍ବାଦିକ ପ୍ରକୋଷ୍ଠ ରେ ନବ ଉତ୍କଳର ନିର୍ମାତା ଉତ୍କଳ କେଶରୀ ଡ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ଡ ହରେକୃଷ୍ଣ ମହତାବ ସ୍ମୃତି କମିଟି ,ବାଲେଶ୍ଵର ଆନୁକୁଲ୍ୟରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ,ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡ ହରିଶ୍ଚନ୍ଦ୍ର ବେହେରା,ସମ୍ପାଦକ ସୃଷ୍ଟିଧର ପରିଡ଼ା ପ୍ରମୁଖ ଯୋଗ ଦେଇ ଡ ମହତାବଙ୍କ ସ୍ମୃତି ଚାରଣ କରିଥିଲେ।ଆବାହକ ଅପର୍ଣ୍ଣା ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ବରିଷ୍ଠ ସାମ୍ବାଦିକ ଶିବ ଦାସ କୁଣ୍ଡୁ ସଭାପତିତ୍ବ କରିଥିଲେ।ଏହି କମିଟିର ସଦସ୍ୟ ଉବାଚକ ମହାନ୍ତି,ବ୍ରହ୍ମାନନ୍ଦ ସ୍ବାଇଁ, କଞ୍ଜମଣି ସ୍ବାଇଁ,ତାପସ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି ଅବସରରେ କମିଟିର ପ୍ରତିଷ୍ଠାତା ତଥା ସାମ୍ବାଦିକ ସ୍ବର୍ଗତ ସତ୍ୟପ୍ରିୟ ମହାନ୍ତିଙ୍କ ଫଟୋ ଚିତ୍ର ସାମ୍ବାଦିକ ପ୍ରକୋଷ୍ଠରେ ସ୍ଥାନିତ କରାଯାଇଥିଲା।ଶେଷରେ ସାମ୍ବାଦିକ ବ୍ରହ୍ମାନନ୍ଦ ସ୍ବାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ