ବିଶ୍ବ ମତ୍ସ୍ୟ ଦିବସ -୨୦୨୩ ପାଳିତ

ବାଲେଶ୍ଵର, (ସରୋଜ ପଣ୍ଡା):ବାଲେଶ୍ଵର ଜିଲ୍ଲା ମତ୍ସ୍ୟ ବିଭାଗ ଅକ୍ଷରୁ ମତ୍ସ୍ୟଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନେଇ ଆଜି ବିଶ୍ବମତ୍ସ୍ୟ ଦିବସ -୨୦୨୩ ପାଳନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦର ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍‌ଘାଟନ କରିଥିଲେ।ଏହା ସହିତ ମତ୍ସ୍ୟଚାଷର ବିଭିନ୍ନ ଦିଗରେ ସଂପର୍କରେ ବକ୍ତବ୍ୟରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ମତ୍ସ୍ୟ ଚାଷ ସମ୍ବଦ୍ଧୀୟ ବିଭିନ୍ନ ସରକାରୀ ଯୋଜନାର ସୁବିନିଯୋଗ କରିବା ପାଇଁ ମତ୍ସ୍ୟଚାଷୀମାନଙ୍କୁ ଆହ୍ବାନ ଦେଇଥିଲେ। ଅନ୍ୟତମ ଅତିଥି ଭାବରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସରୋଜ କୁମାର ମହାପାତ୍ର, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ରଂଜନ କୁମାର ଦାସ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ଜ୍ଞାନରଂଜନ ଆଚାର୍ଯ୍ୟ, ଉପ‌ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ତପନ କୁମାର ମହାନ୍ତି, ବାଲେଶ୍ବରର ମତ୍ସ୍ୟ ଉପନିର୍ଦ୍ଦେଶକ ଦିପ୍ତୀ କୁମାର ମହାପାତ୍ର, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସ୍ବାଗତିକା ସାହୁ, ମିଶନ ଶକ୍ତି ଜିଲ୍ଲା ସଂଯୋଜକ କାର୍ତ୍ତିକ ଚନ୍ଦ୍ର ନାୟକ, ଜିଲ୍ଲା ସଂଯୋଜକ ଏମ.ଏମ.କେ.ୱାଇ ସଂଯୋଜକ ଅଭିଜିତ ପାଢ଼ୀ, ଅବସର ପ୍ରାପ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର କୁମାର ଘଡ଼େଇ ପ୍ରମୁଖ ‌ଯୋଗ ଦେଇ ମତ୍ସ୍ୟ ଚାଷ ଓ ଚାଷ ସଂପର୍କିତ ଆଧୁନିକ ଜ୍ଞାନକୌଶଳ ଦ୍ବରା କ୍ଷେତ୍ରପରିଚାଳନାର ସଂପର୍କରେ ମତବ୍ୟକ୍ତ କରିଥିଲେ।ସଭା ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବି କଲ୍ୟାଣ ଯୋଜନା ସମ୍ପର୍କରେ ସଂଯୋଜକ ଶ୍ରୀ ପାଢ଼ୀ ବକ୍ତବ୍ୟରେ କହିଥିଲେ ।ବିଭିନ୍ନ ଯୋଜନା ମାଧ୍ୟମରେ ଉପକୃତ ହୋଇ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଥିବା ୨ଜଣ ଶ୍ରେଷ୍ଠ ଚାଷୀ ଓ ମହିଳା ସ୍ବୟଂ ସହାୟକ ‌ଗୋଷ୍ଠୀଙ୍କ ପୁରସ୍କୃତ କରାଯାଇଥିଲା। ଶେଷରେ ଅତିରିକ୍ତ ମତ୍ସ୍ୟ ଅଧିକାରୀ ମୀରାମ୍ବିକା ସାହୁ ମଂଚ ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଶତାଧିକ ମତ୍ସ୍ୟ ଚାଷୀ ଓ ସ୍ବଂୟ ସହାୟିକା ଗୋଷ୍ଠୀର ମହିଳା ପ୍ରମୁଖ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ