ଭୀମଭୋଇ ଭିହ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ହାଟପଦା ପରିସରରେ ବ୍ଲକସ୍ତରୀୟ ଭୀମଭୋଇ ଭିହ୍ନକ୍ଷମ ଶିବିର ଅନୁଷ୍ଠିତ ହୋଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଶରତ କୁମାର ପାତ୍ର,ଅଧକ୍ଷା ସୁନେମି ମଣ୍ଡଳ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତସ କୁମାର ନାୟକ ଓ ସ୍ଥାନୀୟ ସରପଞ୍ଚ/ସମିତି ସଭ୍ୟ ଯୋଗ ଦେଇଥିଲେ।ଶିବିରରେ ସ୍ଥାନୀୟ ବ୍ଲକ, ତହସିଲ,ଶିଶୁ ବିକାଶ ବିଭାଗ, ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ବିଭିନ୍ନ ଷ୍ଟଲରେ ଉପସ୍ଥିତ ରହି ୨୦ଟି ପଞ୍ଚାୟତ ସ୍ତରରୁ ଆସିଥିବା ଦିବ୍ୟଙ୍ଗ ଓ ବିକଳାଙ୍ଗ ମାନଙ୍କ ନାମ ପଞ୍ଜିକରଣ କରିଥିଲେ।ସେଥିମଧ୍ୟରୁ ୨୨୬ଟି ପଞ୍ଜିକରଣ କରାଯାଇଥିବା ବେଳେ ଡ଼ଃ ସାନ୍ତୁନୁ ପାଢ଼ୀ ସ୍ୱାସ୍ଥ୍ୟ ପରୀକ୍ଷା କରି ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ପ୍ରମାଣ ପତ୍ର ସ୍ବାକ୍ଷର କରିଥିଲେ।ସେହିପରି ୨ଟି ଦିବ୍ୟଙ୍ଗଙ୍କୁ ଟ୍ରାଇସାଇକେଲ,୨ଟି ଆଶା ବାଡ଼ି, ଗୋଟିଏ ବଧିର ଯନ୍ତ୍ର,ବସ ଓ ଟ୍ରେନ ପାସ ଆଦି ପ୍ରଦାନ କରାଯାଇଥିଲା।ଏହି ଶିବିରକୁ ଗୋଷ୍ଠୀ ସାମାଜିକ ଅଧିକାରୀ ସତ୍ୟଜିତ ବେହେରା ଓ ଉପେନ୍ଦ୍ର ମାଛ ପରିଚାଳନା କରିଥିଲେ। ବିଭିନ୍ନ ପ୍ରକାର ସରକାରୀ ଯୋଜନାକୁ ଗ୍ରାମାଞ୍ଚଳରେ ପହଁଚିବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଡ଼ିଓ କହିଛନ୍ତି।


