ମଦଦୋକାନ ସ୍ଥାନାନ୍ତର ଦାବିରେ ଧାରଣା ଦ୍ୱିତୀୟ ଦିନରେ, ଆନେ୍ଦାଳନକାରୀଙ୍କୁ ଭେଟିଲେ ଉପଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକ

ହାଟଡିହିି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ସୋସୋ – ଆମ୍ବଗଡିଆ ରାସ୍ତା କଡରେ ସରକାରୀ ମଦ ଦୋକାନ ସ୍ଥାନାନ୍ତର ଦାବିନେଇ ଗତକାଲି ଠାରୁ ଆରମ୍ଭ ହୋଇଥିବା ଆନେ୍ଦାଳନ ଆଜି ଦ୍ୱିତୀୟ ଦିବସରେ ପହଞ୍ଚିଛି । ଗତକାଲି ସକାଳ ଠାରୁ ମହିଳାମାନେ ଆନେ୍ଦାଳନରେ ବସିଥିବାବେଳେ ଆଜି ମଧ୍ୟ ଅଧିକ ମହିଳା ଏହି ଆନେ୍ଦାଳନରେ ସାମିଲ ହୋଇଥିବାରୁ ଏହି ରାସ୍ତାଦେଇ ଗାଡି ଚଳାଚଳ ବନ୍ଦ ହୋଇଯାଇଛି । ଗତକାଲି ପରି ଆଜି ମଧ୍ୟ ସକାଳୁ ସକାଳୁ ରେଣୁବାଳା ନାୟକ, ନିରୁପମା ନାୟକ, ସଂଯୁକ୍ତା ନାୟକ, ସୁଚିସ୍ମିତା ଜେନା, ପ୍ରଭାତୀ ନାୟକ, ଛବିରାଣୀ ନାୟକ, ମାଳତୀଲତା ମହାନ୍ତି, ଶଙ୍କୁନ୍ତଳା ମହାନ୍ତି, ରେବତୀ ମହାନ୍ତି, ଭାର୍ଗବୀ ସିଂ, ପଦ୍ମାବତୀ ନାୟକପ୍ରଭାସିନି ନାୟକ, ମେନକା ନାୟକ, ଶକୁନ୍ତଳା ମହାନ୍ତି, ପ୍ରେମଲତା ନାୟକ, ପ୍ରଭାତୀ ନାୟକଙ୍କ ସମେତ ଶତାଧିକ ମହିଳା ସୋସୋ କଲେଜ ଛକରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ଶତାଧିକ ମହିଳାମାନେ ଧାରଣାରେ ସାମିଲ ହୋଇଥିଲେ । ବିଦ୍ୟାଧରପୁର ଠାରେ ଥିବା ବିଦେଶୀ ମଦ ଦୋକାନଟି ବନ୍ଦ ହୋଇଯାଇଥିବାବେଳେ ଏହି ମଦବ୍ୟବସାୟୀ ଜଣକ ସୋସୋ ଗାଁ ନିକଟରେ ଥିବା ଏକ ଘରକୁ ଭଡାନେଇ ମଦ ଦୋକାନ କରିଛନ୍ତି । ଏହି ଘରଟି ସୋସୋ ଗ୍ରାମର ରତିକାନ୍ତ ନାୟକଙ୍କର ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି । ଏହି ଘରଟିକୁ ସେ ବିଜୁ କୁଡିଆ ଯୋଜନାରେ ପାଇଥିଲେ । ତେଣୁ ସରକାର କିପରି ବିଜୁ କୁଡିଆ ଘରେ ମଦଦୋକାନ କରିବାକୁ ସ୍ୱିକୃତି ଦେଲେ ତାହାକୁ ନେଇ ପ୍ରଶ୍ନକରିଛନ୍ତି । ଏହି ମଦ ଦୋକାନ ନିକଟ ଦୁଇ ଦୁଇଟି କଲେଜ, ହାଇସ୍କୁଲ, ପ୍ରାଥମିକ ବିଦ୍ୟାଳୟ ସହିତ ମଦଦୋକାନ ଚାରିପଟେ ଏକର ଏକର ଚାଷଜମି ଅଛି । ଏଠାରେ ମଦଦୋକାନ ହେଲେ ମଦ୍ୟପମାନେ ମଦଖାଇ ବୋତଲ ସବୁ ଚାଷଜମିରେ ପକାଇବେ । ଚାଷୀମାନେ ସେମାନଙ୍କ ଚାଷେ ଜମିକୁ ଯାଇ ପାରିବେ ନାହିଁ । ଏପରିକି ଏ ଅଞ୍ଚଳରେ ଅଶାନ୍ତିକର ପରିବେଶ ସୃଷ୍ଟି ହେବାସହ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ସହିତ ଚାଷୀମାନଙ୍କ ପାଇଁ ନାନା ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇଛି ବୋଲି ମହିଳାମାନେ ଅଭିଯୋଗ କରି ଧାରଣାରେ ବସିଛନ୍ତି । ଆଜି ସନ୍ଧ୍ୟାରେ ଆନନ୍ଦପୁର ଉପଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧିକ୍ଷକ, ହାଟଡିହି ବିଡିଓ, ତହସିଲଦାର, ଥାନା ଆଇଆଇସି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମହିଳା ମାନଙ୍କ ସହିତ ଆଲୋଚନା କରି ତିନିଦିନ ଭିତରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ତିନିଦିନ ପର୍ଯ୍ୟନ୍ତ ମଦଦୋକାନ ବନ୍ଦ ରହିବ ବୋଲି ମହିଳା ମାନେ ଯିଦ ଧରିବସିଥଲେ । ଶେଷରେ ପ୍ରଶାସନିିକ ଅଧିକାରୀ ମାନଙ୍କ ପ୍ରତିଶୃତି ପରେ ମହିଳାମାନେ ଆନେ୍ଦାଳନକୁ ସ୍ଥଗିତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ