ଅଙ୍ଗନୱାଡ଼ି କେନ୍ଦ୍ର ର ନବ ନିର୍ମିତ କୋଠା ଉଦଘାଟିତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଅନ୍ତର୍ଗତ ବାଙ୍ଗରଡା ଗ୍ରାମରେ ୨ ଟି ଅଙ୍ଗନୱାଡ଼ି କେନ୍ଦ୍ରର ନବ ନିର୍ମିତ ନୂତନ କୋଠା ଉଦଘାଟିତ ହୋଇଯାଇଛି । ଦିଗପହଣ୍ଡି ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଗ୍ରାମରେ  ୨ ଟି ନୂତନ ଅଙ୍ଗନୱାଡ଼ି  କୋଠାର ଶୁଭ ଉଦଘାଟନ କରିଥିଲେ । ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ଯମୁନା ନାୟକ , ସିଡିପିଓ ପୁଷ୍ପାଞ୍ଜଳୀ ଶତପଥୀ , ବ୍ଳକ ସହକାରୀ ଯନ୍ତ୍ରୀ ଇଂ . ରାଜୀବ ଚନ୍ଦ୍ର ପ୍ରଧାନ , କନିଷ୍ଠ ଯନ୍ତ୍ରୀ ଇଂ . ସୁରେଶ ସେଠୀ , ସ୍ଥାନୀୟ ସରପଞ୍ଚ ଗୈାରୀ କୁମାରୀ ବିଷୋୟୀ , ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ , ପୂର୍ବତନ ସରପଞ୍ଚ ଦିଲୀପ ସେଠୀ , ପୂର୍ବତନ ସମିତି ସଭ୍ୟ ଶିବରାମ ପ୍ରଧାନ , ଅଙ୍ଗନୱାଡ଼ି ସୁପରଭାଇଜର ବିଳାସିନୀ ପାଣିଗ୍ରାହୀ , ନାଏବ ସରପଞ୍ଚ ସରିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହ ଅଙ୍ଗନୱାଡ଼ି କର୍ମୀ ସଂଯୁକ୍ତା ପଣ୍ଡା ଏବଂ ଦମୟନ୍ତୀ ଦାସ ଙ୍କ ସମେତ ଲିଟୁ ପ୍ରଧାନ , ଗୈାର ପ୍ରଧାନ , ବିପ୍ର ଚୌଧୁରୀ , ଅଭି ଚୌଧୁରୀ , ଅରୁଣ ମିଶ୍ର , ଜୟରାମ ବେହେରା , ଦୀନବନ୍ଧୁ ପ୍ରଧାନ ପ୍ରମୁଖ ବହୁ ଗ୍ରାମବାସୀ ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ