ବିକଶିତ ଭାରତ ଗଠନ ଲାଗି ଶପଥ ନେଲେ ଶତାଧିକ ମହିଳା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ଢେଙ୍କା ଓ ପନ୍ଦାଡୋ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ ପରିକ୍ରମା କରିଛି। ଢେଙ୍କା ପଞ୍ଚାୟତରେ ରଥ ପ୍ରବେଶ କରିବା ସମୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କ ଦ୍ୱାରା ଶଙ୍ଖ ହୁଳହୁଳି ମାଧ୍ୟମରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇ ସଂକଳ୍ପ ରଥକୁ ସ୍ୱାଗତ କରାଯାଇଥିଲା। ଏଥିରେ ସରପଞ୍ଚ ସୁବାସିନୀ ସେଠୀ, ସରକାରୀ ନୋଡାଲ ଅଫିସର ତଥା ନବାର୍ଡ ର ଡି.ଡି. ଏମ. ଦୀପ୍ତିକାନ୍ତ ମଲ୍ଲିକ, ବ୍ଲକ ନୋଡାଲ ଅଫିସର ଭୁବନେଶ୍ୱର ମହାପାତ୍ର,ଏ.ଏଫ.ଓ ଶୁଭମ ପ୍ରଧାନ, ପି.ଇ.ଓ ସୁରେଶ କୁମାର ସେଠୀ, ଜି.ଆର.ଏସ ପ୍ରଫୁଲ୍ଲ ମାଝୀ, ସମିତି ସଭ୍ୟା ସୁକାନ୍ତି ବିଶ୍ୱାଳ, ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଯୋଜନାରୁ କି କି ପ୍ରକାର ସୁଫଳତା ପାଉଛନ୍ତି ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସଫଳତା ସମ୍ପର୍କରେ ଏଲିଡ଼ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୩୦ଜଣ ମହିଳାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଉପସ୍ଥିତ ଶତାଧିକ ମହିଳା ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବା ପାଇଁ ଶପଥ ନେଇଥିଲେ। ଡୋନ ମାଧ୍ୟମରେ ଅଳ୍ପ ସମୟ ମଧ୍ୟରେ ଅଧିକ ଜମିରେ କିପରି ସାର ଓ କୀଟନାଶକ ପକାଯାଇ ପାରିବ ସେ ସମ୍ପର୍କରେ କୃଷି ବିଭାଗର ଅଧିକାରୀ ମାନେ ଡେ ମୋ ପ୍ରଦର୍ଶନ କରିଥିଲେ। ସେହିପରି ପନ୍ଦାଡୋ ପଞ୍ଚାୟତରେ ରଥ ପ୍ରବେଶ କରିବା ସମୟରେ ଶତାଧିକ ମହିଳା ଧୂପ ଦୀପ ଓ ଶଙ୍ଖ ହୁଳହୁଳି ମାଧ୍ୟମରେ ରଥ କୁ ସ୍ୱାଗତ କରିଥିଲେ।ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ସସ୍ମିତା ଓଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପିଇଓ ଉର୍ମିଳା ମୁର୍ମୁ, ନାଏବ ସରପଞ୍ଚ ଗିରିଧାରୀ ଯେନା, ଜିଆର ଏସ ପଙ୍କଜ ତ୍ରିପାଠୀ, ବିନୟ ମଲ୍ଲିକ, କୃଷି କର୍ମଚାରୀ ନିରଜା ନଳିନୀ ନାୟକ, ମହିଳା ସ୍ୱାସ୍ଥ୍ୟ କର୍ମୀ ଟୁକୁନୁ ଜେନା, ଆଶାକର୍ମୀ ଝାନସୀ ରାଣୀ ଓଝା ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଆଲୋକପାତ କରିଥିଲେ। ୩୩ଜଣ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇ ଥିଲା। ନିକୁଞ୍ଜ ବିହାରି ଓଝା, ବିଶ୍ୱନାଥ ଜେନା, ଚୈତନ ପ୍ରସାଦ ସ୍ୱାଇଁ, ରାଧାଶ୍ୟାମ ଜେନା, କୀର୍ତ୍ତନ ଜେନା, ଭାଗବତ ଧଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ବିକଶିତ ଭାରତ ସଂକଳ୍ପ ଯାତ୍ରାର ବ୍ଲକ ସଂଯୋଜକ ସୁଶାନ୍ତ ଜେନାଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତା ଯୋଗଦେଇ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ