ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ଷଷ୍ଠ ସାଧାରଣ ବୈଠକ

ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକର ଷଷ୍ଠ ସାଧାରଣ ବୈଠକ ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା ଙ୍କ ଅଧ୍ୟକ୍ଷତା ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ହୋଇଯାଇଛି।ବୈଠକରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ସଂଘ ନିଷ୍ପତ୍ତି କ୍ରମେ ପ୍ରାୟ ଅଧିକାଂଶ ସମିତି ସଭ୍ୟ/ସଭ୍ୟା , ସେମାନଙ୍କ ର କର୍ତ୍ତବ୍ୟ ଓ ଦାୟିତ୍ବ ଅଧିକାର ଜାହିରି କରି ବୈଠକ ନଯାଇ ବାହାର ରେ ରହିଥିଲେ । ବିଡ଼ିଓ ମନୋଜ କୁମାର ନାୟକଙ୍କ ଅନୁରୋଧ କ୍ରମେ ସମିତି ସଭ୍ୟ, ସଭ୍ୟା ୧୨ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରି ବୈଠକ କୁ ଯାଇ ଥିଲେ । ସମିତି ବୈଠକ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଅବଗତ କରିବେ ବୋଲି ବିଡ଼ିଓ କହିଛନ୍ତି। କିଛି ସମୟ ପରେ କିଛି ସମିତି ସଭ୍ୟ ବୈଠକ ରୁ ଚାଲିଯାଇଥିଲେ । ପୂର୍ବ ବୈଠକ ରେ ଆଲୋଚ୍ୟ ବିଷୟ ବସ୍ତୁ କାର୍ଯ୍ୟକାରୀ କରାଯାଉନଥିବା ଆଛୁଲି ସରପଂଚ ସୁଧାକର ଗୈାଡ ଅଭିଯୋଗ ଆଣିଥିଲେ। ଫସଲ କ୍ଷୟକ୍ଷତି ଆକଳନ କରି ଚାଷୀ ଙ୍କୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।ନବୀନ ଓଡ଼ିଶା,ଆମ ଓଡ଼ିଶା ଯୋଜନା ରେ ପାଣ୍ଡିଆ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ କୁ ,କିଏ କେଉଁ ଉଦ୍ଦେଶ୍ୟରେ ବାଦ ଦେଇଥିବା ସରପଂଚ ସବିତା ସେଠୀ ଅଭିଯୋଗ କରିଛନ୍ତି। ଅନେକ ପଞ୍ଚାୟତର ଜନପ୍ରତିନିଧି ମାନେ ନବୀନ ଓଡ଼ିଶା,ଆମ ଓଡ଼ିଶା ରେ ପ୍ରକଳ୍ପ କୁ ନେଇ ଅଭିଯୋଗ କରିଥିଲେ ।କବିସୂର୍ଯ୍ୟନଗର ବିଧାୟିକା ତୁମେ ଯାହାକୁ ପ୍ରକଳ୍ପ ତାଲିକା ଦେଇଥିଲେ ତାଙ୍କୁ ପଚାର ବୋଲି ରୋକ ଠୋକ ପାଣ୍ଡିଆ ସରପଞ୍ଚ ଙ୍କୁ କହିଥିଲେ।ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ବାଲି ର ଅଭାବ କୁ ଦୂର କରିବା ପାଇଁ ତହସିଲଦାର ଙ୍କୁ ଅବଗତ କରାଇଥିଲେ।। ଛତୁଆ ୟୁନିଟ୍ କୁ ତଦନ୍ତ କରି ଯୁଗ୍ମ ରିପୋର୍ଟ ପ୍ରଦାନ କରିବାକୁ ବିଡ଼ିଓ ସହକାରୀ ଯନ୍ତ୍ରୀ ସରୋଜ କୁମାର ସାବତ ଓ ସିଡିପିଓ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ଲକ କୃଷି ଅଧିକାରୀ ଙ୍କ କାର୍ଯ୍ୟ କଳାପ କୁ ନେଇ ପଞ୍ଚାୟତ ପ୍ରତିନିଧିମାନେ କ୍ଷୋଭ ପ୍ରକାଶ କରିଛନ୍ତି। ବିଭିନ୍ନ ଲାଇନ ଡିର୍ପାରମେଣ୍ଟ ଅଧିକାରୀ ଏହି ବୈଠକ କୁ ଆଦୌ ଗୁରୁତ୍ୱ ଦେଉନଥିବା ଦେଖିବାକୁ ମିଳିଛି। ନରେଗା ଯୋଜନା , ପାନୀୟ ଜଳ ଯୋଗାଣ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲ। ବିଭିନ୍ନ ବିଭାଗର ଅଧିକାରୀ ଓ ବ୍ଲକ କର୍ମଚାରୀ, ଜିଲ୍ଲା ପରିଷଦ ସଭ୍ୟ ଭଜମନ ବେହେରା,ପ୍ରତାପୁର ସରପଂଚ ଦାଶ ବେହେରା ,ବଡଖରିଡା ସରପଞ୍ଚ କମା ଦଳେଇ,ଜାମୁନି ସରପଂଚ ଇନ୍ଦ୍ରଜିତ ନାୟକ, ଅରଖପୁର ରଶ୍ମିତା ସେଠି,ସମସ୍ତ ପଞ୍ଚାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ