ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଅକ୍ଷୟ କୁମାର ପାଣିଗ୍ରାହୀଙ୍କ ପରଲୋକ
ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟର ବିଭିନ୍ନ ବ୍ଲକ୍ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବିଭିନ୍ନ ଜିଲ୍ଲାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଭାବେ କାର୍ଯ୍ୟକରି ଅବସର ନେଇଥିବା ଅକ୍ଷୟ କୁମାର ପାଣିଗ୍ରାହୀଙ୍କ ୯୪ବର୍ଷ ବୟସରେ ତାଙ୍କର ରାଣୀପାଟଣାସ୍ଥିତ ବାସଭବନରେ ଗତ ୨୦-୧୨-୨୦୨୩ ରିଖ ବୁଧବାର ରାତ୍ରି ୮ଟା ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପୁତ୍ର ହରିନାରାୟଣ, ସତ୍ୟ ନାରାୟଣ, ସୂର୍ଯ୍ୟ ନାରାୟଣ, ପୁତ୍ରବଧୁ ମମତା, ଛନ୍ଦା, ନାତି – ରନି, ସନି, ପୁତୁରା-ସୁଶିଲ, ଜାମାତା- ଶତୃଘ୍ନ ପଣ୍ଡା ଉପସ୍ଥିତ ଥିଲେ । ଅବସର ପରେ ରାଜ୍ୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ପ୍ରତିଷ୍ଠାତା ସଭ୍ୟ ତଥା ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି, ‘ସହାୟକ’ର ସଦସ୍ୟତା ଗ୍ରହଣ କରି ସମାଜ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । କର୍ମମୟ ଜୀବନ ଭିତରେ ଜଣେ ସରଳ, ସଚ୍ଚୋଟ କର୍ମଚାରୀ ଭାବରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ବିଶ୍ୱାସନୀୟ ତଥା ଆଦରଣୀୟ ଥିଲେ । ମୃତ୍ୟୁ ଖବର ପାଇ ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ବନମାଳୀ ନାୟକ, ଉପସଭାପତି ପୁଷ୍ପଲତା ମହାନ୍ତି, ସାଧାରଣ ସଂପାଦକ ବସନ୍ତ କୁମାର ନାୟକ, ଯୁଗ୍ମ ସଂପାଦକ ସୁଦର୍ଶନ ଦାସ, ମେଡିକାଲ୍ କ୍ରିୟାନୁଷ୍ଠାନର ସଭାପତି ନିରଞ୍ଜନ ପରିଡ଼ା, କାର୍ଯ୍ୟକାରୀ ସଭାପତି ଇଂ. ଡ. ହୃଷିକେଶ ସାହୁ, ଆଇନଜୀବୀ ଶମ୍ଭୁନାଥ ମହାନ୍ତି, ସୁଧାଂଶୁ ଦାଶ, ପ୍ରତାପ ଦାସ, ଶ୍ରୀମତୀ ମିନତୀ ରାୟ, ବକୁଲ ରାୟ, ବସନ୍ତ ଚୌଧୁରୀ, ଶ୍ରୀ ରବୀନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଶେଷ ଦର୍ଶନ କରି ମରଶରୀରରେ ପୁଷ୍ପ ପ୍ରଦାନ କରିଥିଲେ । ସ୍ୱର୍ଗତ ପାଣିଗ୍ରାହୀଙ୍କ ଜନ୍ମସ୍ଥାନ ରେମୁଣା ବ୍ଲକ୍ ପାଟରା ବରୁଣ ସିଂ ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସ୍ଥାନୀୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ ।


