ଚୁଡ଼ାକଳ ରୁ ନିର୍ଗତ ଧୁସ ଧୁଆଁ ରେ ଯାତ୍ରୀ ହନ୍ତସନ୍ତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ର ନୟାହାଟ ବଜାର, ନୟାହାଟ ପୁରୁଣାହାଟଛକ ଓ ଯୋଗେଶ୍ୱରପୁର ଛକ ଠାରେ ଚୁଡ଼ା କଳ ରହିଛି। ଏଠାରେ ଚାଷୀ,ବ୍ୟବସାୟୀ ମାନେ ଧାନ ରୁ ଚୁଡ଼ା ପେଶିଥାନ୍ତି। ଚୁଡ଼ାକଳ ଗୁଡିକ ଯେଉଁ ଯେଉଁ ଯନ୍ତ୍ରାଂଶ ବ୍ୟବହାର କରିବା କଥା ତାହା କରୁନାହାନ୍ତି। ଫଳରେ ଧାନ ରୁ ଚୁଡ଼ା ପ୍ରସ୍ତୁତି ସମୟ ରେ କଳ ରୁ ନିର୍ଗତ ଧୂସ ଆଉ ଧାନ ଗୁଣ୍ଡ ସବୁ ପବନ ରେ ମୁଖ୍ୟ ରାସ୍ତା ଉପରକୁ ଉଡ଼ି ଆସୁଛି। ରାସ୍ତା ରେ ଯାଉଥିବା ଯାତ୍ରୀ ମାନଙ୍କ ଆଖି ରେ ଏହି ଗୁଣ୍ଡ ସବୁ ପଡୁଛି। ଏଥିପାଇଁ ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ବାୟୁ ପ୍ରଦ୍ୟୁଷିତ ହେବା ସହିତ ବିଭିନ୍ନ ସମୟ ରେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି। ଏ ଦିଗରେ ରାଜ୍ୟ ପ୍ରଦୂଷଣ ବୋଡ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବାକୁ ଦାବି ହେଉଛି।


