ନିଳୋକ ହାଇସ୍କୁଲରେ ଚକ୍ଷୁ ପରୀକ୍ଷା ଶିବିର
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ହାଇସ୍କୁଲ ପରିସରରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଚକ୍ଷୁ ଚିକିତ୍ସା ଶିବିର ‘ସୁନେତ୍ର’ ଅନୁଷ୍ଠିତ ହୋଇଯାଇଛି । ନିଳୋକ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନରେ ଥିବା ବିଭିନ୍ନ ବିଦ୍ୟାଳୟରୁ ୬୦ରୁ ଅଧିକ ଛାତ୍ରଛାତ୍ରୀ ଉକ୍ତ ଶିବିରରେ ଯୋଗ ଦେଇ ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ । ଭଦ୍ରକସ୍ଥିତ ରାଘବାନନ୍ଦ ଚକ୍ଷୁ ଚିକିତ୍ସାଳୟର ଡାକ୍ତର ବସନ୍ତ କୁମାର ବାରିକ ଉପସ୍ଥିତ ରହି ଚକ୍ଷୁ ପରୀକ୍ଷା କରାଇଥିଲେ । ଶିବିର ପରିଚାଳନାରେ ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ ଟୁନାବାଳା ଦାଶ, ଅନ୍ତର୍ନିହିତ ଶିକ୍ଷା ସ୍ୱେଚ୍ଛାସେବୀ ଆଶୁତୋଷ ଲେଙ୍କା, ଆଶାଲତା ନାୟକ ସହଯୋଗ କରିଥିଲେ ।


