ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ସମାଜସେବୀ ତଥା ବିଜେଡି ନେତା ଇଂ ମୂରଲୀଧର ସେଠୀ ଆୟୁର୍ବେଦ ଚିକିତ୍ସକ ସ୍ୱର୍ଗତ ରାଜକିଶୋର ତ୍ରିପାଠୀ, ଜିଲ୍ଲା ବିଜେଡିର ଉପସଭାପତି ସ୍ୱର୍ଗତ ଦେବଦାସ ମହାନ୍ତି, ବରିଷ୍ଠ ବିଜେଡି ନେତା ସ୍ୱର୍ଗତ ଶୈଳେନ୍ଦ୍ର ନାରାୟଣ ଦାସ ଓ ଶିକ୍ଷକନେତା ସ୍ୱର୍ଗତ ବାନାମ୍ବର ସାହୁଙ୍କ ବାସଭବନକୁ ଯାଇ ସେମାନଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏଥିସହିତ ସେମାନଙ୍କ ପରିବାରଜନଙ୍କୁ ଭେଟି ସମବେଦନା ଜଣାଇଥିଲେ । ଇଂ ସେଠୀଙ୍କ ସହିତ ତଫୁର, ରଞ୍ଜନ ଓ ସୁଦର୍ଶନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ