‘ତମେ ନାହଁ ବୋଲି’
ବାଲେଶ୍ୱର, (ସରୋଜ ପଣ୍ଡା):ସ୍ଥାନୀୟ ରସାଳପୁର ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ପୂର୍ଣ୍ଣଚନ୍ଦ୍ର ଜୀଙ୍କ ଜ୍ୟେଷ୍ଠପୁତ୍ର ଶିବାଜୀଙ୍କ ସହଧର୍ମିଣୀ ଅବସରପ୍ରାପ୍ତା ମହିଳା ସ୍ୱାସ୍ଥ୍ୟ ପରିଦର୍ଶିର୍କା (ଏଲ୍.ଏଚ୍.ଭି) ଅମିତା ଦାସ (ଜୀ)ଙ୍କ ୬୩ ବର୍ଷ ବୟସରେ ଅକାଳ ବିୟୋଗ ପାଇଁ ‘ତମେ ନାହଁ ବୋଲି’ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟିକାରୀ ଏକାଦଶାହ ଶୋକାଞ୍ଜଳି ସନ୍ଧ୍ୟା ପାଳନ ହୋଇଯାଇଛି । ପୂର୍ଣ୍ଣଚନ୍ଦ୍ରଙ୍କ ମଧ୍ୟମ ପୁତ୍ର କବି ଶ୍ରୀଦେବ ଓ ସାନପୁଅ ଅବସରପ୍ରାପ୍ତ ମେଜର ଜେନେରାଲ୍ ସୁଧାକର ଜୀଙ୍କ ସଂଚାଳନରେ ଅନୁଷ୍ଠିତ ଏକାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ପ୍ରଦାନ ପୂର୍ବକ ପରିବାରର ଘନିଷ୍ଠ ଶୁଭେଚ୍ଛୁ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ରବୀନ୍ଦ୍ର ମୋହନ ଦାସଙ୍କ ଜ୍ୟେଷ୍ଠାକନ୍ୟା କବୟିତ୍ରୀ ଯଶୋଧାରା ଦାସଙ୍କ ‘ଅମିତା ଅ ବୁଢ଼ୀ ’ ପାଇଁ ଶ୍ରଦ୍ଧାସ୍ପଦ କବିତାଞ୍ଜଳି ପୃଷ୍ଠାକୁ ନୀଳଗିରିର ପ୍ରାକ୍ତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଓ ରେମୁଣାର ପ୍ରାକ୍ତନ ବିଧାୟକ ଗୋବିନ୍ଦ ଦାସ ଏବଂ ଦିବଂଗତା ଅମିତାଙ୍କ ଜ୍ୟେଷ୍ଠଭ୍ରାତା ଭୋଗରାଇର ଅମିତାଭ ଦାସ ଓ ସ୍ୱାମୀ ଶିବାଜୀଙ୍କ କରକମଳରେ ଲୋକାର୍ପଣ କରାଯାଇଥିଲା । ‘ତମେ ନାହଁ ବୋଲି’ ଶୀର୍ଷକରେ ୰ ଅମିତାଙ୍କ ପୁତ୍ରବଧୂ (ସିଦ୍ଧାର୍ଥଙ୍କ ସ୍ତ୍ରୀ) ଲିପ୍ସା ଦାସଙ୍କ ଦ୍ୱାରା କବିତାର ଭାବୋଚ୍ଛ୍ୱାସ ଉପସ୍ଥାପନ କରାଯାଇଥିଲା । ସ୍ୱର୍ଗୀୟା ଦାସଙ୍କ ସେବା ମନୋଭାବ ତଥା କର୍ତ୍ତବ୍ୟପରାୟଣତା ସମ୍ବନ୍ଧରେ ଭୋଗରାଇ ନାରାୟଣପୁରର ଅମଳାଭ ଦାସ, ଅଭିଜିତ୍ ଦାସ, ଅରୂପ ରତନ ଦାସ, ସଂଯୁକ୍ତା ଦାସ, ଜାମକୁଣ୍ଡାର ମାମୁ ଅମର ସିଂଙ୍କ ଦ୍ୱାରା ଅଂଗେନିଭା ସ୍ମୃତିଚାରଣ କରାଯିବା ସହ ମନାଙ୍କ ପାତ୍ର, ରଂଜନ ଜେନା, ବିପିନ୍, ସୁନୀଲ୍, ରାୟଗଡ଼ାରୁ ଚନ୍ଦନ ସିଂ ପ୍ରମୁଖଙ୍କ ଦ୍ୱାରା ସର୍ବପ୍ରଥମେ ଶ୍ରୀ ଅରବିନ୍ଦ ପାଠଚକ୍ର ପ୍ରାର୍ଥନାନ୍ତେ ଅମର ଆତ୍ମାର ସଦ୍ଗତି କାମନା କରାଯାଇଥିଲା । ଏହି ଉପଲକ୍ଷେ ରାଉରକେଲାରୁ ବିଜୟ ପାତ୍ର (ବାବୁ), ଦିଲ୍ଲୀରୁ ସୁଜିତ୍ ଦାସ (ବାପି), ସରକାରୀ ସ୍ୱାସ୍ଥ୍ୟ ବିଭାଗ ସହକର୍ମୀ ହିମାଂଶୁ ଦାସ, ଶାନ୍ତନୁ, ଭରତ, ବାଣୀ ଓ ସମୁଦୁଣୀ ସୁଷମା ଦାସ, ଭୁବନେଶ୍ୱରରୁ ବିଳାସିନୀ ସିଂ, ସାନ ଜା’ ଶ୍ରୀମତୀ ବିପାଶା, ସାନଭଉଣୀ ନମିତା ଦାସ, ନିରଞ୍ଜନ ରାଉତ, ଲବଣସତ୍ୟାଗ୍ରହ ପୀଠ ଇଞ୍ଚୁଡ଼ିରୁ ସର୍ବେଶ୍ୱର ଦାସ, ବରିଷ୍ଠ ଓକିଲ କବି ଉତ୍ପଳ ମହାନ୍ତି, ଈଶାଣୀ ବୈଶାଖୀ ମହୋତ୍ସବ କମିଟି ତରଫରୁ ସାଧାରଣ ସଂପାଦକ ଭାଗବତ ସାହୁ, ସାରଗାଁର ପୂର୍ବତନ ସରପଞ୍ଚ ନରେନ୍ଦ୍ର ଦାସ, ରସାଳପୁରର ବରିଷ୍ଠ ପଶୁ ଚିକିତ୍ସକ ଡା. ସତ୍ୟନାରାୟଣ ମହାପାତ୍ର, ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ସାମ୍ବାଦିକ (ଆଜିକାଲି) ରାମନାରାୟଣ ଶତପଥୀ, ହିମାଂଶୁ ଦାସ (ଟୁଲୁ), ଅଧ୍ୟାପକ ପ୍ରଭାତ ପରିଡ଼ା, ଅଧ୍ୟାପକ ସୌମ୍ୟରଞ୍ଜନ ପ୍ରଧାନ, ଡ. ଶଶିକାନ୍ତ ମହାନ୍ତି, ରାଜଦର୍ଶୀ ଦାଶ, ସୁନିଲ୍ ପଣ୍ଡା, ବରିଷ୍ଠ ପ୍ରଶାସନିକ ଅଧିକାରୀ ଗଂଗାଧର ଦାସ, ସମାଜସେବୀ ବଂଶୀଧର ଦଳାଇ ପ୍ରମୁଖ ବହୁ ଶୋକସନ୍ତପ୍ତ ଆତ୍ମୀୟମାନେ ସ୍ମୃତିଚାରଣ କରିଥିଲେ । ସର୍ବଶେଷରେ କବୟିତ୍ରୀ ସୁଭାଷିନୀ ଜୀ କବିତାରେ ଅତ୍ୟନ୍ତ ଭାବୋଦ୍ଦୀପକମୂଳକ ଧନ୍ୟବାଦ ପ୍ରଦାନ କରିଥିଲେ । ସମଗ୍ର ଏକାଦଶାହ କାର୍ଯ୍ୟକ୍ରମକୁ ସର୍ବଶ୍ରୀ ଅଶୋକ ଜୀ, ଆଲୋକ ଜୀ, ପ୍ରଭାତ ମହଲ, ବିନୋଦ ଜୀ, ବବିତା ମହଲ, ଝାନ୍ସୀ, ଶ୍ରୀରାମ, ସତ୍ୟଜିତ୍ ମହଲ ଏବଂ ରଞ୍ଜନ ପ୍ରମୁଖ ସହଯୋଗ ରଖିଥିଲେ ।


