ପୁଣି ୩୦ ଫୁଟ ତଳକୁ ଖସିଲା ଡିଜେଲ ବୋଝେଇ ଟ୍ରକ; ହେଲପର୍ ମୃତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ଼ ଥାନା ଅନ୍ତର୍ଗତ ରେଗିଡ଼ିସିଂ ଗ୍ରାମ ଘାଟିରେ ଏକ ଡିଜେଲ ବୋଝେଇ ଗାଡ଼ି ଭାରସାମ୍ୟ ହରାଇ ତିରିଶ ଫୁଟ ତଳକୁ ଖସି ପଡ଼ିଥିଲା । ଏଥିରେ ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ହେଲପର୍‌ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ପାରଳାଖେମୁଣ୍ଡି ନିକଟସ୍ଥ ଏକ ଫିଲିଂ ଷ୍ଟେସନ୍‌ର ଡିଜେଲ ବିତରଣ ଭ୍ରାମ୍ୟମାଣ ଗାଡ଼ି ମଣ୍ଡଳ ସାହି, ଜିରାଙ୍ଗ ଆଦି ଗ୍ରାମରେ ବିକ୍ରି କରି ତାଳମୁଣ୍ଡ ଦେଇ ରାୟଗଡ଼ ଆସୁଥିବା ବେଳେ ରେଗିଡ଼ିସିଂ ଗ୍ରାମ ନିକଟ ଘାଟିରେ ଭାରସାମ୍ୟ ହରାଇ ପ୍ରାୟ ତିରିଶ ଫୁଟ ତଳକୁ ଖସି ପଡ଼ିଥିଲା I ସେଥିରେ ବସିଥ‌ିବା ଡ୍ରାଇଭର ସେରଙ୍ଗ ଥାନା ଅନ୍ତର୍ଗତ ରୋଲଇ ଜଙ୍ଗ ଗ୍ରାମର ସିମେଇ ରଇତ (୨୩) ଓ ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଅଣ୍ଡରସିଂ ଗ୍ରାମର ମନୋଜ ଭୂୟାଁ (୨୨) ହେଲପରଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ରାୟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଉଥିବା ବେଳେ ହେଲପରଙ୍କ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ରାୟଗଡ଼ ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଥିଲେ। ରାୟଗଡ଼ ପୁଲିସ ଏକ ମାମଲା ରୁଜୁ କରି ମୃତଦେହକୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ