କୋଣାର୍କ ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଏନ୍ଏସି କଲ୍ୟାଣ ମଣ୍ଡପ ପରିସରରେ ବୁଧବାର ପୂର୍ବାହ୍ନରେ ଆମ ଓଡିଶା ନବୀନ ଓଡିଶା ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ଅତିଥିଭାବେ ସାଂସଦ ଙ୍କ ପ୍ରତିନିଧି ପଦ୍ମଚରଣ ବେଉରା, କୋଣାର୍କ ଏନ୍ସ୍ବ ଏ ସି ୧୦ ନମ୍ବର ୱାର୍ଡ ର କାଉନସିଲର ସ୍ବପ୍ନାରାଣୀ ଗୋଛୟତ, ଗନ୍ଧର୍ବ ସେନାପତି, ପୂର୍ବତନ କାଉନସିଲର ପ୍ରତାପ ଗୋଛୟତ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୦ ନମ୍ବର ଓ୍ବାର୍ଡର ବସ୍ତି ବାସିନ୍ଦା ସାମିଲ ହୋଇଥିଲେ। ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଲାଭ ଉଠାଇବା ସହିତ ଆଗାମୀ ଯୋଜନା ସମ୍ପର୍କରେ ସଚେତନତା କରାଯାଇଥିଲା। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ