ବାଲେଶ୍ୱର ରେମୁଣା ନିର୍ବାଚନ ମଣ୍ଡଳୀ ୩୯ ନଂ ଜୋନ ରେ କଂଗ୍ରେସ କର୍ମୀ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଶନିବାର ରେମୁଣା ନିର୍ବାଚନ ମଣ୍ଡଳୀ ୩୯ ନଂ ଜୋନ ରେ ଏକ କଂଗ୍ରେସ କର୍ମ ବୈଠକ ନିଜାମ ପୁର ପଞ୍ଚାୟତ ର ଲଙ୍କାପୋଡା ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇ ଅଛି।ଏହି ବୈଠକକୁ ରେମୁଣା ବ୍ଲକ ସଭାପତି ତରୁଣ ଦାସ ସଭାପତିତ୍ୱ କରିଥିଲେ।ବାଲେଶ୍ୱର ଜିଲ୍ଲା ସଭାପତି ସଞ୍ଜୀବ ଗିରି ତାଙ୍କ ବକ୍ତବ୍ୟରେ କର୍ମୀ ମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ କି ଆପଣ ମାନେ କେବଳ ବିଜେଡି ଓ ବିଜେପି ର ନେତା ଓ କର୍ମୀ ମାନଙ୍କୁ ପ୍ରଶ୍ନ ପଚାରନ୍ତୁ ସେମାନେ କଣ କରିଛନ୍ତି ଶାସନରେ ରହି ଲୋକମାନଙ୍କର?ସେହିପରି ରେମୁଣା ବିଧାୟକ ପ୍ରାର୍ଥୀ ସୁଦର୍ଶନ ଜେନା ତାଙ୍କ ବକ୍ତବ୍ୟରେ ୨୦୦୯ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ସାଂସଦ ଭାବେ ଶ୍ରୀକାନ୍ତ ଜେନା ଓ ବିଧାୟକ ଭାବେ ସେ ନିଜେ ରହି ରେମୁଣା ଅଞ୍ଚଳର ଯେଉଁ ସବୁ ବିକାଶ କରିଛନ୍ତି ପରବର୍ତ୍ତୀ ସମୟରେ ସେଭଳି ଭାବେ କୌଣସି ଆଖିଦୁର୍ସିଆ କାମ ରେମୁଣା ନିର୍ବାଚନ ମଣ୍ଡଳୀର ହୋଇ ନାହିଁ।ତେଣୁ ପୁଣି ଥରେ ଆପଣ ମାନେ ଏହି ୨୪ ନିର୍ବାଚନ ରେ ଲଢେଇ କରି ସେହି ସୁଯୋଗ କୁ ଶ୍ରୀକାନ୍ତ ଜେନା ଓ ମୋତେ ଦିଆ କରାଇଲେ ପୁଣି ଏହି ରେମୁଣା ଉନ୍ନତି ପଥରେ ଆଗେଇ ଯିବ ବୋଲି କର୍ମୀ ମାନଙ୍କୁ ବୁଝାଇ ଥିଲେ।ବାଲେଶ୍ୱର ସାଂସଦ ପ୍ରାର୍ଥୀ ତଥା ପୂର୍ବତ୍ତନ କେନ୍ଦ୍ର ମନ୍ତ୍ରୀ ବାଲେଶ୍ୱର ର ଉନ୍ନତି ପଥର ସାରଥୀ ଶ୍ରୀକାନ୍ତ ଜେନା କହିଥିଲେ କି ମୁଁ ସେତେବେଳେ ବି କହିଥିଲି ଦିଲ୍ଲୀ ବାଲେଶ୍ୱର ଦ୍ୱାରାସ୍ତ ହେବ ଆଜି ବି କହୁଛି ବାଲେଶ୍ୱର ଦିଲ୍ଲୀ ଦ୍ୱାରାସ୍ତ ନୁହଁ ଦିଲ୍ଲୀ ବାଲେଶ୍ୱର ଦ୍ୱାରାସ୍ତ ହେବ।ତାଙ୍କ ସାଂସଦ ଓ ମନ୍ତ୍ରୀ ତ୍ବ ସମୟରେ ସିପେଟ,ମେଡ଼ିକାଲ କଲେଜ,ଏମ୍ସ,ବାଂକତିରା ଜଳସେଚନ ପ୍ରକଳ୍ପ,ଗଙ୍ଗାହାର,ସୋନ, ବୁଢ଼ାବଳଙ୍ଗ ଆଦି ନଦୀ ଉପରେ ପୋଲ ପ୍ରଭୃତି ଠାରୁ ଆରମ୍ଭ କରି ଜଳେଶ୍ବର ରେ ଦୁଇଟି,ଶୋଭାରାମ ପୁର,ତାମୂଳିଆ,ସୋର ୫ ଟି ରେଳ କ୍ରସିଂ ରେ ଉଡ଼ନ୍ତା ପୋଲ ହୋଇଥିବା ଉଦାହରଣ ଦେଇ କହିଥିଲେ କି ଆମ ଶାସନ କାଳରେ ଯେଉଁ ସବୁ କାମ କରିଛୁ ଆମେ ମୁହଁ ଉପରକୁ ଟେକି ଆଖିରେ ଆଖି ମିଶେଇ କହୁଛୁ ଆମକୁ ଯେତେବେଳେ ଜନତା ଭୋଟ ଦେଇ ଜିତାଇ ଛନ୍ତି ଆମେ ସେତେବେଳେ ଜନତାଙ୍କ ବିଶ୍ୱାସକୁ ସମ୍ମାନ ଦେଇଛୁ।କିନ୍ତୁ ମୁଁ ଆହ୍ୱାନ କରୁଛି ବିଜେଡି ଓ ବିଜେପି ପ୍ରାର୍ଥୀ ବନ୍ଧୁ ମାନଙ୍କୁ ଆସନ୍ତୁ ଡିବେଡ଼ କୁ ଏବଂ ମୁହଁ ଟେକି କୁହନ୍ତୁ ସେମାନେ ତାଙ୍କ ଶାସନ କାଳରେ ଲୋକଙ୍କ ହିତରେ କଣ କରିଛନ୍ତି?କହି ପାରିବେ ନାହିଁ,ପୂର୍ବତ୍ତନ ପ୍ରଧାନ ମନ୍ତ୍ରୀ ଡ଼.ମନମୋହନ ସିଂ ଯେଭଳି ଭାବେ ଚୁପ ରହି କାମ କରିଯାନ୍ତି,କଥା କମ କୁହନ୍ତି,ସେହିଭଳି ଆମେ କମ କଥା କହୁ ଓ ବେସି କାମ କରୁ।ବିଜେଡି ବିଜେପି ବେସି କଥା କୁହନ୍ତି କାମ କରନ୍ତି ଶୂନ୍ୟ।ଶ୍ରୀ ଜେନା ଉପସ୍ଥିତ କର୍ମୀ ମାନଙ୍କୁ କଂଗ୍ରେସ କୁ ତନ ମନ ଓ ଧନ ସାହାଯ୍ୟ କରିବାକୁ କହିବା କ୍ଷଣି ସେଠାରେ ଉପସ୍ଥିତ କର୍ମୀ ମାନଙ୍କ ମଧ୍ୟରୁ କିଛି କର୍ମୀ ସକ୍ଷମ ଅନୁଯାଇ ଅର୍ଥ ସାହାଯ୍ୟ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବିକାଶ କୁମାର ଦାସ,ରଞ୍ଜନ ଦାସ, ଅକ୍ଷୟ ମଳିକ, ନିସିତ ବାରିକ,କହ୍ନେଇ ବେହେରା,କୁମୁଦୁନି ଦାସ,କହ୍ନେଇ ପ୍ରଧାନ,ଅରୁଣ ଜେନା,ନିରଞ୍ଜନ ବେହେରା,ଗଣେଷ ପଣ୍ଡା,ଶ୍ରୀକାନ୍ତ ପତି, ରାମଚନ୍ଦ୍ର ପ୍ରଧାନ,ପରିତୋଷ ମଣ୍ଡଳ,ଲୁମ୍ବୁଧର ମୋହାନ୍ତି,ବଲାଇ ଦାସ,ଅଚ୍ୟୁତ ନନ୍ଦ,ରାମନାରାୟଣ ଶତପଥୀ,ସୁବ୍ରତ ରାଉଳ,ମଧୁସୁଧନ ରାଉତ,ଅଜୟ ଜେନା,କମଲଲୋଚନ ଆଚାର୍ଯ୍ୟ,ଆରତୀ ଜେନା,କବିତା ଜେନା,ରତ୍ନାକର ଭୁକ୍ତା, ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ