କାଜୁବାଡ଼ର ନିଆଁକୁ ଲିଭାଇବା ପାଇଁ ଯାଇ ଜଳିଗଲେ ବୃଦ୍ଧ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାମଗିରି ଥାନା ଅନ୍ତର୍ଗତ ରାୟଗଡ଼ ତହସିଲର ବୋଲଡାଗୁମା ଗ୍ରାମରେ କାଜୁବାଡ଼ରେ ଲାଗିଥିବା ନିଆଁ ଲିଭାଇବାକୁ ଯାଇ ଜଣେ ବୃଦ୍ଧ ଜଳି ଯାଇଥିବା ଜଣାପଡ଼ିଛି । ମୃତ ବ୍ୟକ୍ତି ଜଣକ ହେଲେ ଅର୍ଜୁନ କୁମାର ନାୟକ(୭୦)। ପରିବାର ସଦସ୍ୟ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଯେ, କାଜୁବାଡ଼ର ଶୁଖିଲାପତ୍ରରେ ନିଆଁ ଲାଗିଥିବା ଶୁଣି ନିଆଁକୁ ଆୟତ୍ତ କରିବାକୁ ଅର୍ଜୁନ ଭିତରେ ପଶିଥିଲେ | କିନ୍ତୁ ସେହି ନିଆଁରେ ଶରୀରର ଅଧିକାଂଶ ଭାଗ ପୋଡ଼ି ସେଠାରେ ହିଁ ସେ ମୃତ୍ୟୁବରଣ କରିଥିଲେ। ଅଂଶୁଘାତ କାରଣରୁ ମୁହଁ ବୁଲେଇ ହୋଇ ସେହି ନିଆଁରେ ପଡିଯାଇଥିବା ଅନୁମାନ କରି ତାଙ୍କ ପୁଅ ଲକ୍ଷ୍ମଣ କୁମାର ନାୟକ ରାମଗିରି ଥାନାକୁ ଜଣାଇଥିଲେ । ଏନେଇ ରାମଗିରି ଥାନାରେ କେସ ନଂ ୨/୨୪ରେ ଏକ ଅପମୃତ୍ଯୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଶିବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ଗଜପତି ଦୋରା ସୂଚନା ଦେଇଛନ୍ତି । ମୃତକ ଜଣକ ଗରିବ ଶ୍ରେଣୀର ହୋଇଥିବାରୁ ସରକାରଙ୍କ ତରଫରୁ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ