ସାହାରା ଇଣ୍ଡିଆ ଜମାକାରୀଙ୍କୁ ଅର୍ଥଫେରସ୍ତ ପାଇଁ ସାଧାରଣ ନିର୍ବାଚନରେ ରାଜନେତାଙ୍କୁ ଦାବିପତ୍ର

ବାଲେଶ୍ୱର, (ସରୋଜ ପଣ୍ଡା):ସାହାରା ଇଣ୍ଡିଆ ସଂସ୍ଥାରେ ଅର୍ଥ ବିନିଯୋଗ କରିଥିôବା ଜମାକାରୀ ଓ ଏଜେଣ୍ଟମାନଙ୍କୁ ନେଇ ଗଠିତ ‘ସାହାରା ଇଣ୍ଡିଆ ଜମାକାରୀ ଓ କାର୍ଯ୍ୟକର୍ତ୍ତା ମିଳିତ ମଞ୍ଚ’ ପକ୍ଷରୁ ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ଚଳିତ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀମାନଙ୍କୁ ସାକ୍ଷାତ କରି ସେମାନେ ନିର୍ବାଚିତ ହେଲେ ନିରୀହ ଜମାକାରୀଙ୍କ ଅର୍ଥ ଫେରାଇବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲିଖିତ ଭାବେ ଅବଗତ କରାଇଛନ୍ତି । ବାଲେଶ୍ୱରକୁ ନିର୍ବାଚନ ସଭାମାନଙ୍କରେ ଯୋଗଦେବାକୁ ଆସୁଥିବା କେନ୍ଦ୍ର ଓ ରାଜ୍ୟସ୍ତରୀୟ ରାଜନେତା ଏବଂ ମନ୍ତ୍ରୀମାନଙ୍କୁ ସାକ୍ଷାତ କରି ସମସ୍ୟା ସମ୍ଭଳିତ ଦାବିପତ୍ର ଦିଆଯାଇଛି । ଆସନ୍ତା ଦୁଇଦିନ ମଧ୍ୟ ଅନ୍ୟ ରାଜନେତାମାନଙ୍କୁ ସାକ୍ଷାତ ପାଇଁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି ।ମଞ୍ଚର ଏକ ଗୁରୁତ୍ୱପୂର୍ଣ୍ଣ କର୍ମକର୍ତ୍ତା ମଣ୍ଡଳୀ ବୈଠକ ଉଠାଜଳସେଚନ କର୍ମଚାରୀ ଭବନରେ ମଙ୍ଗଳବାର ଅପରାହ୍ନରେ ସଭାପତି ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସାହାରା ଇଣ୍ଡିଆ ସଂସ୍ଥାରେ ଜମାକାରୀଙ୍କ ସମସ୍ତ ଅର୍ଥ ଗଚ୍ଛିତ ଥିବାବେଳେ କେନ୍ଦ୍ର ସରକାର ଓ କଂପାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବିଭିନ୍ନ ଅଦାଲତରେ ଚାଲିଥିବା ମୋକଦ୍ଦମା ପାଇଁ ଜମାକାରୀମାନେ ଗତ କିଛିବର୍ଷ ଧରି ସେମାନଙ୍କ ଅର୍ଥ ଫେରସ୍ତ ପାଇ ପାରୁନାହାନ୍ତି । ମଞ୍ଚର ସଂପାଦକ କାର୍ତ୍ତିକ ଚାନ୍ଦ ସଂଗଠନକୁ ଅଧିକ ସଂଗଠିତ କରିବାପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ମଞ୍ଚକୁ ସହଯୋଗ ପ୍ରଦାନ କରିଆସୁଥିବା ‘ସିଭିଲ୍ ସୋସାଇଟି’ର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ଓ ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ ଙ୍କ ସମେତ ମଞ୍ଚପକ୍ଷରୁ ଶରତଚନ୍ଦ୍ର ଦଳାଇ, ସଂଜୁଲତା ମାଝୀ, ଶ୍ୟାମସୁନ୍ଦର ଜେନା, ଗଜେନ୍ଦ୍ର ଦାସ, ଲକ୍ଷ୍ମୀଧର ପଣ୍ଡା ଓ ସୁରଜପ୍ରକାଶ ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶାନ୍ତିଲତା ସାହୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ