ବେଲଗୁଣ୍ଠା ଲକ୍ଷ୍ମୀ ନୃସିଂହ ପୀଠରେ ନବନିର୍ବାଚିତ ବିଧାୟକ ନୀଳମଣୀ

ସୋରଡ଼ା, (ସନ୍ତୋଷ କୁମାର ବିଷୋଇ):ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟକ ନୀଳମଣୀ ବିଷୋୟୀ ଆଜି ବେଲଗୁଣ୍ଠା ଗସ୍ତରେ ଆସି ନିଜ ସମର୍ଥକ ମାନଙ୍କୁ ଦେଖା କରି ନିର୍ବାଚନ ମଣ୍ଡଳୀର ବିକାଶ ନିମିତ୍ତ ସହଯୋଗ ଆଶା କରିଛନ୍ତି ।ଏହି ଅବସରରେ ସେ ସହରର ଆରାଧ୍ୟ ଦେବ ମହାପ୍ରଭୁ ଲକ୍ଷ୍ମୀ ନୃସିଂହଙ୍କ ଦର୍ଶନ କରି ନିଜ ନିର୍ବାଚନ ମଣ୍ଡଳୀର ଭୋଟରମାନଙ୍କ ମଙ୍ଗଳ କାମନା କରିଛନ୍ତି । ପବିତ୍ର ରଜ ସଂକ୍ରାନ୍ତି ଅବସରରେ ସଂଧ୍ୟା ସମୟରେ ନିଜ ଶତାଧିକ ସମର୍ଥକଙ୍କ ସହିତ ଶ୍ରୀ ବିଷୋୟୀ ଲକ୍ଷ୍ମୀ ନୃସିଂହ ପୀଠରେ ପହଞ୍ଚି ଆଶୀର୍ବାଦ ଭୀକ୍ଷା କରିଥିଲେ ।ନୂତନ ସରକାର କାର୍ଯ୍ୟଭାର ଗ୍ରହଣ କଲା ପରେ ସେ ନିଜ ଅଞ୍ଚଳର ବିକାଶ କରିବା ପାଇଁ ବେଶ୍ ଉତ୍ସାହିତ ଥିବା ପ୍ରକାଶ କରିଥିଲେ ।ଏହି ଅବସରରେ ବେଲଗୁଣ୍ଠା ଏନ୍ଏସି ଉପାଧ୍ୟକ୍ଷା ଟି ବବିତା କୁମାରୀଙ୍କ ବାସଭବନରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରୀ ବିଷୋୟୀ ବେଲଗୁଣ୍ଠା ଆସୁଥିବା ଖବର ପାଇ ତାଙ୍କର ଶତାଧିକ ସମର୍ଥକ ଓ ବିଜେପି କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ଏହି ପରିପ୍ରେକ୍ଷୀରେ ସମର୍ଥକ ମାନେ ନୂତନ ବିଧାୟକଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ‌। ବେଲଗୁଣ୍ଠା ଓ ସୋରଡ଼ା ନିର୍ବାଚନ ମଣ୍ଡଳୀ ସାମଗ୍ରିକ ବିକାଶ ମୋର ଏକମାତ୍ର ଲକ୍ଷ୍ୟ ବୋଲି ନୀଳମଣି ଉଦବୋଧନ ଦେଇଥିଲେ ।କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ଟି.ବବିତା କୁମାରୀଙ୍କ ସମେତ ବରିଷ୍ଠ ବିଜେପି ନେତା ତଥା ପୁର୍ବତନ କାଉନସିଲର ଚିନଂ ଲିଙ୍ଗରାଜ ପାତ୍ର, ଯୁବ ସଙ୍ଗଠକ ତଥା ପୁର୍ବତନ କାଉନସିଲର ଚିନଂ ଯତୀନ କୁମାର ପାତ୍ର ଓ ରାଧାକୃଷ୍ଣ ସ୍ୱାଇଁ, ବିଜେପି ମଣ୍ଡଳ ସଭାପତି ମହେନ୍ଦ୍ର ବେହେରା, ଶିକ୍ଷାବିତ୍ ରବୀନ୍ଦ୍ରନାଥ ଚୌଧୁରୀ, ଖଦାଳ ପୋଲାଇ,ଜିଲ୍ଲା ସମ୍ପାଦକ ରଞ୍ଜନ କୁମାର ରାଉତ, ପଞ୍ଚାୟତ ସ୍ତରୀୟ ଯୁବ ସଙ୍ଗଠକ ବଳରାମ ସ୍ୱାଇଁ, କୋକୋ ଗୌଡ଼, ବାଳକୃଷ୍ଣ ପାତ୍ର,ସୀତାରାମ ଚୌଧୁରୀ,କମଳା ପତିଙ୍କ ସମେତ ବହୁ ପଞ୍ଚାୟତ ସ୍ତରୀୟ ନେତୃବୃନ୍ଦ, କର୍ମୀ ଓ ବେଲଗୁଣ୍ଠା ଏନଏସିର ବହୁ ବିଜେପି ସମର୍ଥକ ଯୋଗ ଦେଇଥିଲେ ।ନୂତନ ବିଧାୟକଙ୍କ ଗସ୍ତ ନେଇ ଭିଡକୁ ଲକ୍ଷ୍ୟ କରି ବେଲଗୁଣ୍ଠା ଥାନାଧିକାରୀ ବନବିହାରୀ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ।ପରିଶେଷରେ ପୁର୍ବତନ କାଉନସିଲର ଚିନଂ ଯତୀନ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଫଟୋ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ