ଅଗ୍ନିକାଣ୍ଡ ଘଟି ଜଳିଗଲା ୫ ଲକ୍ଷ ଟଙ୍କାର ଚପଲ ସହ ନଗଦ ଟଙ୍କା

ପୋଲସରା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ସହରର ପୁରୁଣା ଥାନା ଛକ ନିକଟରେ ଥିବା ନରେନ୍ଦ୍ର ପ୍ରଧାନଙ୍କ ଚପଲ ଦୋକାନରେ ନିଆଁ ଲାଗି ପାଞ୍ଚ ଲକ୍ଷ ଟଙ୍କାର ଚପଲ ପଡିଯିବା ସହ ନଗଦ ୨ ଲକ୍ଷ ୫୦ ହଜାର ଟଙ୍କା ପୋଡିଯାଇଥିବା ଜଣାପଡିଛି। ଅଗ୍ନିକାଣ୍ଡ ଏପରି ଭୀଷଣ ଥିଲାଯେ କିଛି ବୁଝିବା ଆଗରୁ ଦୋକାନରେ ଥିବା ୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଚପଲ ହୁତୁହୁତୁ ହୋଇ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ଏଥିସହ ଦୋକାନରେ ଥିବା ନଗଦ ଅଢ଼େଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମଧ୍ୟ ନିଆଁରେ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ପୋଲସରା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଏଭଳି ଭୟାବହ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡରେ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଚପଲ ଜଳି ପୋଡ଼ି ନଷ୍ଟ ହୋଇଥିବା ବେଳେ ପାର୍ଟି ପେମେଣ୍ଟକୁ ନେଇ ଦୋକାନରେ ରଖିଥିବା ନଗଦ ୨ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ ଜଳି ଯାଇଥିବା ଦେଖି ମାଲିକ ନରେନ୍ଦ୍ର ପ୍ରଧାନ ଦୁଃଖରେ ମାନସିକ ସ୍ତରରେ ଭାଙ୍ଗିପଡିଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉପଯୁକ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ପୋଲସରା ବ୍ୟାବସାୟୀ ସଂଘ ପକ୍ଷରୁ ଦାବି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ