ନୂତନ ବାସୁଦେବ ମନ୍ଦିର ପ୍ରତିଷ୍ଠା
ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ଧୂମାଳୋ ଗ୍ରାମପଞ୍ଚାୟତର ଯୋଗେଶ୍ୱରପୁର ଗ୍ରାମରେ ନୂତନ ବାସୁଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା କାକଟପୁର ବିଧାୟକ ତୁଷାର କାନ୍ତି ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜ୍ୟୋତି ରଞ୍ଜନ ନାୟକ, ସରପଞ୍ଚ ମୋନାଲିସା ସିଂ, ସମିତି ସଭ୍ୟା ଭାନୁମତୀ ମାଣିକ, ବିଜେଡ଼ି ପଞ୍ଚାୟତ ସଭାପତି ଆଲୋକ ରାୟ,ଯୁବନେତା ଅଭିମନ୍ୟୁ ସିଂ, ମହମ୍ମଦ ସମସୁଲ ଆରଫିନ ,ନାଏବ ସରପଞ୍ଚ ଅଶୋକ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଗ୍ରାମ୍ୟ କମିଟି ସଭାପତି ପ୍ରଫୁଲ୍ଲ ବେହେରା ଓ ନଇ ବେହେରା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଓ ଯଜ୍ଞ ଉତ୍ସବର ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ମାନେ ଯୋଗଦାନ କରିଥିଲେ।