ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର ଦାସଙ୍କ ପରଲୋକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିରେନ୍ଦ୍ର କୁମାର ଦାସଙ୍କ ଗତକାଲି ରାତିରେ ପରଲୋକ ହୋଇଯାଇଛି। ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ବିଏନ୍ ପ୍ୟାଲେସରେ ଏକ କାର୍ଯ୍ୟକ୍ରମରେ ସେ ଯୋଗଦାନ କରିଥିଲେ। ସେଠାରେ ହଠାତ୍ ହଦଘାତ ଅନୁଭବ କରିବାରୁ ତାଂକୁ ସଂଗେସଂଗେ ବ୍ରହ୍ମପୁର ସ୍ଥାନାନ୍ତରିତ କରାଗଲା। ସେଠାରେ ରାତି ପ୍ରାୟ ଗୋଟାଏ ବେଳେ ପରଲୋକ ଗମନ କଲେ। ତାଂକରି ପରଲୋକରେ ଗଜପତି ଗୋଟିଏ ଶ୍ରେଷ୍ଠ ପ୍ରଶାସକ ହରାଇଲା। ଜଣେ ସୁବକ୍ତା ହିସାବରେ ସେ ଏହି ଜିଲ୍ଲାରେ ସୁନାମ ଅର୍ଜନ କରିଥିଲେ। ଅଳ୍ପଦିନ ମଧ୍ୟରେ ସେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ। ତାଂକରି ମ୍ରୁତ୍ୟୁରେ ଗଜପତି ଜିଲ୍ଲା ପରିଷଦର ଅଧ୍ୟକ୍ଷ ଗାବରା ତିରୁପତି ରାଓ,ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ମୋହନା ବିଧାୟକ ଦାଶରଥି ଗମାଙ୍ଗ,ଜିଲ୍ଲାପାଳ ସ୍ମୁତିରଂଜନ ପ୍ରଧାନ,ଆରକ୍ଷୀ ଅଧୀକ୍ଷକ ସ୍ୱାତୀ ଏସ୍.କୁମାର, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଂଜ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଡ.ଗୁଣନିଧି ନାୟକ, ପୂର୍ବତନ ବିଧାୟକ କେ.ନାରାୟଣ ରାଓ,ସାହିତ୍ୟିକ ତଥା ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ଶିକ୍ଷାବତ୍ ଗୌରଚନ୍ଦ୍ର ପଣ୍ଡା,ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା & ଶିକ୍ଷୟତ୍ରୀ ଆଶାଲତା ପାଣିଗ୍ରାହୀ,ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତା ତଥା ଗଜପତି ଜିଲ୍ଲା ସାମ୍ୱାଦିକ ସଂଘର ସଦସ୍ୟ ବ୍ରୁନ୍ଦ ଏବଂ ଏସୟୁଜେ ସାମ୍ବାଦିକ ସଂଘର ସଭାପତି ଗରୁଡ଼ ଧୌଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, ରଶ୍ମି ରଞ୍ଜନ ମିଶ୍ର, କୃଷ୍ଣଚନ୍ଦ୍ର ବେହେରା, ଜଗଦିଶ ପଣ୍ଡା, କୁନା ପଟ୍ଟନାୟକ ପ୍ରମୁଖ ଦିବଂଗତଂକ ପରିବାରଂକୁ ନିଜର ସମବେଦନା ଜଣାଇଛନ୍ତି।ସର୍ବୋପରି ସେହି ସ୍ୱର୍ଗତ ଆତ୍ମାଂକୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ