ସରପଞ୍ଚ ଙ୍କୁ ବ୍ଲକ କନିଷ୍ଠଯନ୍ତ୍ରୀ ଙ୍କ ହତ୍ୟା ଧମକ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ତଥା ଗଞ୍ଜାମ ଜିଲ୍ଲା ସରପଞ୍ଚ ସଂଘ ସଭାପତି ମନୋରଞ୍ଜନ ଗୈାଡଙ୍କୁ ଦିଗପହଣ୍ଡି ବ୍ଲକ କନିଷ୍ଠଯନ୍ତ୍ରୀ ଇଂ.ସୁରେଶ କୁମାର ସେଠୀ ମୋବାଇଲ ଫୋନ୍ ରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରେ ମାରିଦେବାକୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି।  ଏନେଇ ଗୁରୁବାର ଅପରାହ୍ନ ରେ ସରପଞ୍ଚ  ଦିଗପହଣ୍ଡି ଥାନାରେ  କନିଷ୍ଠ ଯନ୍ତ୍ରୀ ଙ୍କ ସମେତ ୪ ଜଣଙ୍କ  ବିରୋଧରେ ଏତଲା ଦେଇଛନ୍ତି । ସରପଞ୍ଚଙ୍କ କହିବାନୁଯାୟୀ  ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଜଣକ ତାଙ୍କ ଅଜାଣତରେ କଇଠଖଣ୍ଡି ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମରେ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ନକରି କାମ କରାଯାଇଥିବା ଦର୍ଶାଇ ଫଲ୍ସ ବିଲ୍ କରି ଲକ୍ଷାଧିକ ଟଙ୍କା ହଡ଼ପ କରିଛନ୍ତି। ତାଙ୍କୁ ପଞ୍ଚାୟତ ସମିତି ସଭ୍ୟ ଭାବିଦ୍ର ଗୌଡ଼ ସହାୟତା କରୁଛନ୍ତି। ସେମାନେ ମିଳିମିଶି ସରକାରୀ ତହବିଲ ରୁ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ନାଁ ରେ ଅର୍ଥ ଉଠାଣ କରି ନେଇଯାଇଛନ୍ତି। ଏସବୁ ଅନିୟମିତତା ର ତଦନ୍ତ ପାଇଁ ସେ ପୂର୍ବରୁ ଅଭିଯୋଗ କରିଥିଲେ।  ଗତ ମଙ୍ଗଳବାର ସନ୍ଧ୍ୟାରେ ସେ ବ୍ଳକ କାର୍ଯ୍ୟାଳୟ ରୁ କାମସାରି ଘରକୁ ଫେରୁଥିବା  ବେଳେ ପଞ୍ଚାୟତ ସମିତି ସଭ୍ୟ ଭାବିନ୍ଦ୍ର ଗୌଡ଼ ଏବଂ ତାଙ୍କ କିଛି ସମର୍ଥକ  ମନୋରଞ୍ଜନ ଙ୍କୁ ଗାଳି ଗୁଲଜ କରିବାସହ ଆକ୍ରମଣ କରିଥିଲେ । ଏହାପରେ ସେ ଥାନାରେ ପହଞ୍ଚି ଏତଲା ଦେଇଥିଲେ। ସରପଞ୍ଚ ତାଙ୍କ ନାଁ ରେ ଏତଲା ଦେଇଥିବା ଖବର ପାଇ ସମିତି ସଭ୍ୟ ଭାବିଦ୍ର ମଧ୍ୟ ପାଲଟା ଏତଲା ଦେଇଥିଲେ। ଉଭୟ ପକ୍ଷଙ୍କ ଏତଲା କୁ ଭିତ୍ତି କରି ପୋଲିସ ଥାନା ମାମଲା ନଂ.୨୭୬/୨୪ ଏବଂ ୨୭୭/୨୪ ଅନୁଯାୟୀ ପୃଥକ ମାମଲା ରୁଜୁ କରିଥିଲେ। ତେବେ ମଙ୍ଗଳବାର ବିଳମ୍ବିତ ରାତିରେ କନିଷ୍ଠଯନ୍ତ୍ରୀ ଜଣକ ସରପଞ୍ଚ ମନୋରଞ୍ଜନ ଙ୍କୁ ମୋବାଇଲ ନଂ. ୯୩୩୭୫୦୦୯୮୬ ରେ ଫୋନ୍ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଘରେ ପଶି ଟିକ୍ ଟିକ୍ କରି ହାଣି ଦେବି ବୋଲି  ହତ୍ୟା ଧମକ ଦେଇଥିଲେ। ଯାହାର ଅଡିଓ କ୍ଲିପ୍  ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ।  ଗୁରୁବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲା  ସରପଞ୍ଚ ସଂଘ ର ପ୍ରମୁଖ କାର୍ଯ୍ୟକର୍ତ୍ତା ବୃନ୍ଦ ଦିଗପହଣ୍ଡି  ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ପହଞ୍ଚି  ଆଲୋଚନା କରିବା ସହ ସରପଞ୍ଚ ଙ୍କୁ କନିଷ୍ଠଯନ୍ତ୍ରୀ ଙ୍କ ହତ୍ୟାଧମକ କୁ ଦୃଢ଼ ଭାବେ ନିନ୍ଦା କରିଥିଲେ। ପରେ ଦିଗପହଣ୍ଡି ବ୍ଲକ ର ବହୁ ସଂଖ୍ୟକ ସରପଞ୍ଚ ସମିତି ସଭ୍ୟ ଏବଂ ଜିଲ୍ଲା ସରପଞ୍ଚ ସଂଘ କାର୍ଯ୍ୟକର୍ତ୍ତା ବୃନ୍ଦ  ଦିଗପହଣ୍ଡି ଥାନାରେ ପହଞ୍ଚି କନିଷ୍ଠଯନ୍ତ୍ରୀ ଏବଂ ଅନ୍ୟ ୪ ଜଣଙ୍କ ବିରୋଧରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି  ମାମଲା ରୁଜୁ କରାଯାଇଥିବା ଥାନା ଆଇ ଆଇ ସି  ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି । ପରବର୍ତ୍ତୀ ସମୟରେ ସରପଞ୍ଚ ସଂଘ କାର୍ଯ୍ୟକର୍ତ୍ତା ବୃନ୍ଦ  ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସଙ୍କ ସହ ସାକ୍ଷାତ କରି ଆଲୋଚନା କରିବାସହ କନିଷ୍ଠଯନ୍ତ୍ରୀ ଙ୍କ ବିରୋଧରେ ଦାବିପତ୍ର ପ୍ରଦାନ କରିଥିଲେ । ଅଭିଯୁକ୍ତ କନିଷ୍ଠଯନ୍ତ୍ରୀ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସରପଞ୍ଚ ସଂଘ ପକ୍ଷରୁ ଦାବି କରାଯାଇଛି । ନଚେତ ଆଗାମୀ ଦିନରେ ସଂଘ ତରଫରୁ ରାଜ୍ୟ ବ୍ୟାପି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସରପଞ୍ଚ ସଂଘର ଦକ୍ଷିଣାଞ୍ଚଳ ଜୋନ୍ ସଭାପତି ଭବାନୀ ଶଙ୍କର ମଲିକ , କାର୍ଯ୍ୟକାରୀ ସଭାନେତ୍ରୀ କ୍ରାନ୍ତି କୁମାରୀ ଦେବୀ ,  ଉପସଭାପତି କୃଷ୍ଣ ବୈଲା , ବଶିଷ୍ଠ ଜେନା, ମିନତୀ ସେଠୀ, ସରପଞ୍ଚ ରଞ୍ଜନ କୁମାର ସାହୁ, ଫନେନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ, ଆରତୀ ଦୋରା,  ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ପ୍ରଧାନ, ଏମ.ସନ୍ତୋଷ,ଶିଶିର କୁମାର ପ୍ରଧାନ,ଜିଲା ସରପଞ୍ଚ ସଂଘ ଉପଦେଷ୍ଟା ବି . କ୍ରିଷ୍ଣାରାଓ ସୁବୁଦ୍ଧି  ସମେତ ବହୁ ସଂଖ୍ୟକ ସରପଞ୍ଚ ସମିତି ସଭ୍ୟ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।

Spread the love

Advertisement

ଏବେ ଏବେ